ଅସୁରଗଡରେ ଲୋକ ଅଦାଲତ ସଂପର୍କୀୟ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଓ କାର୍ଯ୍ୟକାରୀତା ତଥା ଜନ ଉପଯୋଗୀ ସେବାକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରେଇବା ଲକ୍ଷ ନେଇ ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ଅସୁରଗଡ ଗ୍ରାମ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଏଥିରେ ଆଇନ କାନୁନ ତଥା ନାରୀ ସୁରକ୍ଷା ଓ ମକଦ୍ଦମା ସଂପର୍କିତ ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରେଇଥିଲେ ଜଜ୍ ମାନେ । ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅସୁରଗଡ ଗ୍ରାମବାସୀ ଯୋଗଦେଇଥିବା ବେଳେ ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର, ଫ୍ୟାମିଲି ଜଜ୍ ଲଳିତ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଜଜ୍ ଯଦୁମଣି ମିଶ୍ର, ଅବସରପ୍ରାପ୍ତ ଜଜ୍ ତଥା ଅଧ୍ୟକ୍ଷ (ପିଏଲଏ) ବିମଳ କୁମାର ଚାନ୍ଦ, ବରିଷ୍ଠ ସିଭିଲ ଜଜ୍ ଶୁଭମ୍ ଗୌତମ ମିଶ୍ର, ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର, ତହସିଲଦାର ଶଙ୍କର ପ୍ରସାଦ ବାଗ, ବିଡିଓ ବାସନ୍ତୀ ସେଠୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୁଲିସ ବିଭାଗ ଓ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.