ଓବିସି ମଞ୍ଚ ଟିଟିଲାଗଡ଼ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଘର ବୁଲି ସାମାଜିକ ଏବଂ ଆର୍ଥିକ ସ୍ତରର ପଛୁଆ ବର୍ଗ ସର୍ବେକ୍ଷ କରି ସଂଖ୍ୟାନୁପାତରେ ଶିକ୍ଷା, ଚାକିରି ଏବଂ ରାଜନିତୀରେ ପ୍ରତିନିଧିତ୍ବ ଦେବା ନିମନ୍ତେ ଦାବି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଗତ ମଇ ୧ ତାରିଖରୁ ପଛୁଆ ବର୍ଗ ସର୍ବେକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । କିନ୍ତୁ ଏଥିରେ ଅନେକ ଅସୁବିଧା ରହୁଥିବାରୁ
ଘରକୁ ଘର ବୁଲି ସାମାଜିକ ଏବଂ ଆର୍ଥିକ ସ୍ତରର ପଛୁଆ ବର୍ଗ ସର୍ବେକ୍ଷଣ କରି ସଂଖ୍ୟାନୁପାତରେ ଶିକ୍ଷା, ଚାକିରି ଏବଂ ରାଜନିତୀରେ ପ୍ରତିନିଧ୍ଵ ଦେବା ନିମନ୍ତେ ଦାବି କରିଛି ଟିଟିଲାଗଡ଼ ଓବିସି ମଞ୍ଚ । ଏନେଇ ମଞ୍ଚ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବେକ୍ଷଣ ପ୍ରକ୍ରିୟାରେ ରାଜ୍ୟର ସାମାଜିକ ଏବଂ ଆର୍ଥିକ ସ୍ତରର ପଛୁଆ ବର୍ଗ ପରିବାରରୁ ମୁଖ୍ୟ ସଦସ୍ୟ ସର୍ବେକ୍ଷଣ କେନ୍ଦ୍ରକୁ ଆସି ତଥ୍ୟ ପୁରଣ କରିବାର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ସର୍ବେକ୍ଷଣ ପାଇଁ ନିୟୋଜିତ ବ୍ୟକ୍ତି କେବଳ ସର୍ବେକ୍ଷଣ କେନ୍ଦ୍ରରେ ହିଁ ରହି ସର୍ବେକ୍ଷଣର ସମସ୍ତ ପ୍ରକ୍ରିୟା ସଂପାଦନ କରିବା ପାଇଁ ନିର୍ଦ୍ଦେଶ ଅଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଠାରେ ସଚେତନତାର ଘୋର ଅଭାବ ଅଛି । ଏଣୁ ପ୍ରକୃତ ହିତାଧିକାରୀ ସର୍ବେକ୍ଷଣରେ ଭାଗ ନେଇ ପାରୁ ନାହାନ୍ତି, ତଥା ପ୍ରଚାର ପ୍ରସାର ଅଭାବ ହେତୁ ସର୍ବେକ୍ଷଣ ଲୋକ ଲୋଚନକୁ ମଧ୍ୟ ଆସି ପାରୁନାହିଁ । ଅନେକ ସ୍ଥଳରେ ଦେଖିବାକୁ ମିଳୁଛି ସର୍ବେକ୍ଷଣ ପାଇଁ ହିତାଧୁକରି ଆସୁଛନ୍ତି କିନ୍ତୁ ଦିର୍ଘ ସମୟ ଅପେକ୍ଷା କଲାପରେ ଫର୍ମର ଅଭାବଅଛି କହି ପଞ୍ଜିକରଣ ନ କରି ଫେରେଇ ଦିଆଯାଉଅଛି । ଏହି କାର୍ଯ୍ୟକ୍ରମକୁ କୌଣସି ଉଚ୍ଚ ପଦସ୍ତ ଅଧିକାରି ତଦାରଖ ତଥା ଉତ୍ତର ଦାୟୀତ୍ବ ନ୍ୟସ୍ତ ହୋଇ ନ ଥିବାରୁ ସର୍ବେକ୍ଷଣ କାର୍ଯ୍ୟ ସଠିକ ଭାବରେ ପରିଚାଳନା ହେଉ ନାହିଁ । ସର୍ବେକ୍ଷଣ ସଠିକ ଭାବରେ ପରିଚାଳନା ନ ହେଲେ ସରକାରଙ୍କ ଏହି ମହତ୍ତ୍ୱକାଂକ୍ଷୀ ପଦକ୍ଷେପ ଧର୍ମକୁ ଆଖୁ ଠାର ସଦୃଶ୍ୟ ତଥା ମୂଲ୍ୟ ଦିନ ପ୍ରୟାସ ପ୍ରତିତ ହେବ । ସରକାର ପ୍ରତେକ ଯୋଜନା ଜନ ସାଧାରଣଙ୍କର ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନୀତି ନିର୍ଦ୍ଧାରଣ କରିଥିଲେ ମଧ୍ୟ ସାମାଜିକ ଏବଂ ଆର୍ଥିକ ସ୍ତରର ପଛୁଆ ବର୍ଗଙ୍କ ସର୍ବେକ୍ଷଣରେ ଏହା ଫମ୍ପା ଆବାଜ ଭଲି ଶୁଭୁଛି । ତେଣୁ ରାଜ୍ୟରେ ବସବାସ କରୁଥିବା ସାମାଜିକ ଏବଂ ଆର୍ଥିକ ସ୍ତରର ପଛୁଆ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବେକ୍ଷଣ ପ୍ରତି ଘରକୁ ଯାଇ କରାଯାଉ, ଡାକବାଜି ତଥା ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇ ସର୍ବେକ୍ଷଣ ଯେମିତି ଶତ ପ୍ରତି ଶତ ହେବ ପଦକ୍ଷେପ ନିଆଯାଉ, ସର୍ବେକ୍ଷଣକୁ ଉଚ୍ଚ ପଦାଧୁକାରିଙ୍କ ଦ୍ବାରା ତଦାରଖ ତଥା ସୁପରିଚାଳନାର ଉତ୍ତରଦାୟୀତ୍ବ ନ୍ୟସ୍ତ କରାଯାଉ ବୋଲି ଓବିସି ମଞ୍ଚ ଟିଟିଲାଗଡ଼ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଟିଟିଲାଗଡ଼ ବ୍ଲକ ଓବିସି ମଞ୍ଚର ମନୋଜ କୁମାର ହାତୀ, ବାଳକୃଷ୍ଣ ଶଣ୍ଢ, ଦୀଲିପ କୁମାର ବିଶି, ବୀରବର ସାହୁ, ତୁଲସିରାମ ସାହୁ, କୁନା ଭାଟି, ଜୟରାମ ସାହୁ, କାର୍ତ୍ତିକ ଛତର, ସୁରେନ୍ଦ୍ର ନାଥ ପୋଢ, ବେଦପ୍ରକାଶ ବେହେରା, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.