ଓଡ଼ିଆ ବାର୍ତ୍ତା/ ପୋରବନ୍ଦର: ଗୁଜରାଟର ପୋରବନ୍ଦର ସ୍ଥିତ ମହାରାଜା ଶ୍ରୀ ନଟୱର୍ ସିହିଜ୍ ଆର୍ଟ ଗ୍ୟାଲେରୀ ଠାରେ ଜାତୀୟ ଚିତ୍ର ଓ ଭାସ୍କର୍ଯ୍ୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ପ୍ରସ୍କାର ଭାରତୀ ମୁଖ୍ୟ ଡକ୍ଟର ସନତ ଦୁବେ, ଲଳିତକଳା ସଭ୍ୟ ନିରୁପମା ଟ୍ୟଙ୍କ ଶ୍ରୀଯୁକ୍ତ ମନୋଜ ଉଦ୍ଘାଟନ କରିଥିଲେ। ଭାରତର ୧୪ ଟି ରାଜ୍ୟରୁ ମୋଟ ୨୦ ଜଣ ଶିଳ୍ପୀ ଏଥିରେ ଯୋଗ ଦେଇଥିଲେ ।
ଓଡ଼ିଶାରୁ ନିକୁଞ୍ଜ ବିହାରୀ ଦାସ, ମନୋଜ ଚକ୍ରବର୍ତ୍ତୀ (ଗୋୱାଟି), ଉମେଶ ନିତେମ୍ (ଛତିଶଗଡ), ଗାର୍ଗୀ ଶର୍ମା ( ହିମାଚଳ ପ୍ରଦେଶ), ମନଦିପ କୁମାର ଘାଇ, ଜିକେ ନିର୍ମଳ କର (ଛତିଶଗଡ), ରଣଜିତ୍ ଅସ୍ତସା (ଗୁଜରାଟ), ରାହୁଲ ମାଳି (ଉଦୟପୁର ରାଜସ୍ଥାନ), ମ୍ରିନାଲ୍ ଦେ (ଜଲ୍ ପଇ ଗୁଡ଼ି), କମଲ ଜିତ୍ (ହରିଆଣା) ସୁଭାଷ (ନାଗପୁର), ରୁମକି ଭୋମିକ୍, ଜି ଏସ ବି ଅଗ୍ନିହୋତ୍ରି (କର୍ଣ୍ଣାଟକ) ପ୍ରମୁଖ ଚିତ୍ର ଶିଳ୍ପୀମାନେ ଏଥିରେ ଭାଗ ନେଇଛନ୍ତି । ଉକ୍ତ କର୍ମଶାଳା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନି ସମାରୋହରେ ପ୍ରତ୍ୟେକ ଶିଳ୍ପୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।