କଥା ଦେଇଥିଲ, କଥା ରଖ – ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲା ମୁସଲିମ ସଂଗଠନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଥା ଦେଇଥିଲ, କଥା ରଖ । ନ ହେଲେ ଆରଥରକୁ ଭୋଗିବ । କଂଗ୍ରେସକୁ ଏମିତି ଚେତାବନୀ ଦେଇଛନ୍ତି ମୁସଲିମ ଧର୍ମୀୟ ସଂଗଠନ । ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ମୁସଲିମ ସଂପ୍ରଦାୟର ବଡ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦ । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ମୁସଲିମ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦର ମୌଲାନା ଅରଶଦ ମଦନୀ ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛନ୍ତି । ମୌଲାନା ଅରଶଦ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିଲେ ବଜରଙ୍ଗ ଦଳ ବ୍ୟାନ କରିବ । କଂଗ୍ରେସର ଏହି ପ୍ରତିଶ୍ରୁତି ପାଇବା ପରେ ଦଳ ଉପରେ ମୁସଲିମ ସଂପ୍ରଦାୟର ବିଶ୍ୱାସ ଆସିଥିଲା । ସେଥିପାଇଁ ନିର୍ବାଚନରେ ମୁସଲିମ ସଂପ୍ରଦାୟର ଭୋଟ କଂଗ୍ରେସ ଖାତାକୁ ଯାଇଥିଲା । ଏବେ କଂଗ୍ରେସ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଆସିଛି । ଯଦି କଂଗ୍ରେସ ତାର ପ୍ରତିଶ୍ରୁତି ପୂରଣ ନ କରିବ ତେବେ ଆଗକୁ ମୁସଲମାନ ସଂପ୍ରଦାୟର ଭରସା ହରାଇବ । ମୌଲାନା ଅରଶଦ କହିଛନ୍ତି, କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି କହିବା ପରେ ମୁସଲିମ ସଂପ୍ରଦାୟ ତାଙ୍କୁ ଭୋଟ ଦେଇଥିଲେ । ଯଦି କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ ନ କରେ ତେବେ ମୁସଲମାନ କଂଗ୍ରେସକୁ ବିଶ୍ୱାସ କରିବେ ନାହିଁ ।  ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ଅରଶଦ । କର୍ଣ୍ଣାଟକର ଫଳାଫଳ ସାଂପ୍ରଦାୟିକ ଶକ୍ତିର ପରିଣାମ ବୋଲି ସେ କହିଛନ୍ତି । ସୂଚନା ଥାଉ କି, କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି କହିବା ପରେ ମୁସଲିମ ସଂପ୍ରଦାୟ ବେଶ ଉତ୍ସାହିତ ହୋଇପଡିଥିଲେ । ମୁସଲିମ ବିଦ୍ୱାନଙ୍କ କହିବା ଅନୁଯାୟୀ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ଏପରି ଏକ ପଦକ୍ଷେପ ଯାହାକୁ ୭୦ ବର୍ଷ ପୂର୍ବରୁ ନେବାର ଥିଲା । ଏଠି କହିରଖିବୁ, କର୍ଣ୍ଣାଟକ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇ  କଂଗ୍ରେସ ବହୁମତ ହାସଲ କରିଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘୋଷଣା ପତ୍ରରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.