ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଲେ ପ୍ରଥମା ପ୍ରତୀକ୍ଷା ପ୍ରଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଠିକ ଏହି ଉକ୍ତିଟି ପରି କଳାହାଣ୍ଡି ଜିଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଝିଅ ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଛନ୍ତି ଭବାନୀପାଟଣା ପୁରୁଣାପଡାର ପ୍ରଥମା ପ୍ରତୀକ୍ଷା ପ୍ରଧାନ । ୨୩ ବର୍ଷୀୟା ପ୍ରଥମା ୬୭୦ ନମ୍ବର ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯାହାକୁ ନେଇ ଏବେ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ଶୁୁଅ ଛୁଟିଛି । ତାଙ୍କ ବାପା ଗୋକୁଲା ନନ୍ଦ ପ୍ରଧାନ ଓ ମା ରଶ୍ମିତା ପ୍ରଧାନ ଉଭୟ ପେସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ପ୍ରଥମା ଭବାନୀପାଟଣା ଓୟୁଏଟି କଲେଜରେ ପାଠ ପଢ଼ୁଥିବା ବେଳେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ଘରେ ରହି ପ୍ରସ୍ତୁତି କରିଥିଲେ । ପ୍ରତ୍ୟେକ ଦିନ ୧୦ରୁ ୧୨ ଘଣ୍ଟା ଏଥିପାଇଁ ସେ କଠିନ ପରିଶ୍ରମ କରୁଥିବା ବେଳେ ତାଙ୍କର ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.