ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଶାସକ ବ୍ରିଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେବା ପରେ ଏହି ଧାରଣା ପ୍ରତ୍ୟାହାର ହୋଇଥିଲା । ମାତ୍ର ଦୀର୍ଘ ଦିନ ହେବ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ପୁନର୍ବାର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ଏଥିର ରାଜନୈତିକ ପାର୍ଟି, ଖାପ ପଂଚାୟତ ଏବଂ ଅନେକ ସାମାଜିକ ଅନୁଷ୍ଠାନ ତାଙ୍କୁ ଏଥିନେଇ ସହଯୋଗ କରୁଛନ୍ତି । ଇତି ମଧ୍ୟରେ ଅଲିମ୍ପିକ ପଦକ ବିଜେତା ରେସଲର ରବି ଦାହିୟା ଧାରଣାରୁ ନିଜକୁ ଅଲଗା କରି ନେଇଛନ୍ତି । ସେ ରେସଲିଂ କ୍ୟାରିୟର ପ୍ରତି ପୁନର୍ବାର ମନୋନିବେଶ କରିଛନ୍ତି । କିର୍ଗିସ୍ତାନରେ ହେବାକୁ ଥିବା ଆନ୍ତର୍ଜାତୀୟ ଇଭେଂଟରେ ମଧ୍ୟ ଅଂଶଗ୍ରହଣ କରିବା ନେଇ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦୀପକ ପୁନିଆ, ଅଂଶୁ ମଲିକ, ସରିତା ଓ ସୋନମ ମଲିକ ମଧ୍ୟ ଏଥିରେ ନିଜକୁ ଦୂରେଇବା ଆରମ୍ଭ କରିଛନ୍ତି । ପ୍ରମୁଖ ରେସଲରମାନେ ଆନ୍ଦୋଳନରୁ ଓହରିବା ଫଳରେ ଏହା ଏବେ ଦୁର୍ବଳ ହେବାରେ ଲାଗିଛି । ଏସିଆନ ଗେମ୍ସ ଏବଂ ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଅଧିକାଂଶ ରେସଲର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.