ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ପଂଚାୟତ ପିତ୍ତନାପାଲୀ ଗ୍ରାମର ଜଣେ ଯୁବକ ଦୁବାଇକୁ ଶ୍ରମିକ ଭାବେ ଯାଇ ଗତକାଲି ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ପିତ୍ତନାପାଲୀ ଗ୍ରାମର ଶିବ ପ୍ରଧାନ (୪୦) ଗତ ତିନିମାସ ତାଳେ ଗ୍ରାମରେ ସେଭଳି କୌଣସି ସଂତୋଷଜନକ କାମ ନ ମିଳିବାରୁ ଆର୍ଥିକ ଦୁରାବସ୍ଥା ଭିତରେ ବିଧବା ମାଆ ସମେତ ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟସାଧ୍ୟ ହେଲା। ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ଧାରଉଧାର କାରି ପ୍ରାୟ ଲକ୍ଷେ ଟଂକା ଦେଇ ସୁଦୂର ଦୁବାଇକୁ କାମ କରିବାକୁ ଯାଇଥିଲେ। ସେଠାରେ ମାତ୍ର ତିନି ମାସ ହେଲା ଶ୍ରମିକ ଭାବେ କମ କରି ରହିଲେ। ଗତକାଲି ଶ୍ରମିକମାନେ କାମ କରିବାକୁ ଶିବଙ୍କୁ ଭୋର ସମୟରେ ଡାକିବା ବେଳେ ସେ ଉଠି ନଥିଲେ। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ଡାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଶିବଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥିବା ସନ୍ଦେହ କରାଯାଉଛି। ଶିବର ମୃତ ଶରୀରକୁ ଫେରାଇ ଆଣିବା ପାଇଁ ପରିବାର ତରଫରୁ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ତଥା ସ୍ଥାନୀୟ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.