ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ସ୍ମୃତି ଜରାଜୀର୍ଣ୍ଣ, ପୂଜ୍ୟପୂଜାରେ ଅବହେଳା !

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସ୍ଥିତ ମର୍ଦ୍ଦରାଜ ପରିବାରର ଶେଷ ଦାୟାଦ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତିରେ ତାଙ୍କ ପିତା ସ୍ବର୍ଗତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରାକ ସ୍ୱାଧୀନତା କାଳରେ ନିର୍ମାଣ କରିଥିବା ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଟାଉନ ହଲ ଦୀର୍ଘଦିନ ହେଲା ଅବହେଳିତ ହେବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଏକ ଭଗ୍ନସ୍ତୁପ ଭାବେ ପଡ଼ିରହି ଖଲ୍ଲିକୋଟ ଗଡଜାତ ଅମଳର ସୁଦୀର୍ଘ ସାଂସ୍କୃତିକ ଇତିହାସକୁ ମନେପକାଇ ଗୁମୁରି ଗୁମୁରି କାନ୍ଦୁଛି। ଆଜି ଏହି ଜରାଜୀର୍ଣ୍ଣ କୋଠାଟି ମଦ୍ୟପ ଓ ଅସାମାଜିକମାନଙ୍କ କ୍ରୀଡାଙ୍ଗନ ପାଲଟିଛି। ଗତ ୧୯୯୧ ମସିହାରେ ଏହି କୋଠାଟି ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦକୁ ପାଠାଗାର କରିବା ପାଇଁ ହସ୍ତାନ୍ତର ହୋଇଥିଲା। ତେବେ କିଛି ଏହି କୋଠାରେ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟ ହେବା ସହ ପାଠାଗାର ଚାଲିଥିଲା। କାଳକ୍ରମେ ଏହି କୋଠାର ରକ୍ଷଣାବେକ୍ଷଣ ଅଭାବରୁ କ୍ରମଶଃ ବ୍ୟବହାର ଅନୁପଯୋଗୀ ହୋଇପଡିଲା। ସେହି ଦିନ ଠାରୁ ଖଲ୍ଲିକୋଟ ଏନଏସି କାଉନ୍ସିଲ ବୈଠକରେ ବହୁବାର ନିର୍ମାଣ ପାଇଁ ଡ଼ିପିଆର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା କେବଳ ପ୍ରସ୍ତାବରେ ରହିଯାଇଛି। ଏହି କୋଠାରେ ଏକ ସାଂସ୍କୃତିକ ଭବନ ସମେତ ଆନୁଷ୍ଠାନିକ କାର୍ଯ୍ୟର ଆବଶ୍ୟକତା ଥିବାବେଳେ ଏନେଇ କୌଣସି ପଦକ୍ଷେପ ନିଆଯାଇ ପାରୁନି। ଯାହା ଫଳରେ ଖଲ୍ଲିକୋଟର ସାଂସ୍କୃତିକ ସଚେତନ ବୁଦ୍ଧିଜୀବୀମାନେ ଘୋର ଅସନ୍ତୋଷ ପ୍ରକାଶ କରି କୋଠା ପ୍ରତି ଅବହେଳା ମର୍ଦ୍ଦରାଜ ବଂଶର ଶେଷ ଦାୟାଦଙ୍କ ପୂଜ୍ୟପୂଜାର ଅବହେଳା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏହି କୋଠାକୁ ଅବହେଳିତ କରିବା ନେଇ ଭିନ୍ନ ମତଲବ ରହିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ସେହିପରି ଖଲ୍ଲିକୋଟ ଶିଶୁ ଉଦ୍ୟାନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଓ ନିର୍ମଳଝର ଛକଠାରେ ହରିହର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି, ଖଲ୍ଲିକୋଟ ସର୍ବସାଧାରଣ ପାଠାଗାର ସମ୍ମୁଖରେ ଜ୍ୟୋତିଷ ବିଶାରଦ ବାଇ କୋଳିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଏନଏସି ପ୍ରସ୍ତାବ ରଖିଥିବା ବେଳେ ଅର୍ଥାଭାବ ନେଇ କାର୍ଯ୍ୟକାରୀ ହୋଇପାରୁନି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.