ପ୍ରଗତିବାଦୀର ଜିଲ୍ଲା ସମୀକ୍ଷା ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ପ୍ରଦକ୍ଷିଣ ଗୃହରେ ପ୍ରଗତିବାଦୀର ଜିଲ୍ଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଗତିବାଦୀ ମୁଖ୍ୟାଳୟରୁ ସିଏଫୋ ରାମକାନ୍ତ ସାମନ୍ତରାୟ, ପ୍ରସାରଣ ଅଧିକାରୀ ସୁନୀଲ ରାୟ ଯୋଗଦେଇ ପ୍ରଗତିବାଦୀ ପ୍ରସାରଣ, ପ୍ରଚାର, ପ୍ରସାର ଓ ବିଜ୍ଞାପନ ଉପରେ ଗୁରୁତ୍ୱାରୋପ କରିଥିଲେ‌। କଳାହାଣ୍ଡି ଜିଲ୍ଲାରେ ପ୍ରଗତିବାଦୀକୁ ଆହୁରି ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ‌ । ଏଥିରେ ଜିଲ୍ଲା ପ୍ରତିନିଧି କମ୍ବୁପାଣି ମିଶ୍ର ସଭାପତିତ୍ୱ କରି ଜିଲ୍ଲାରେ ପ୍ରଗତିବାଦୀର ସ୍ଥିତି ତଥା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, ଗୋଲାମୁଣ୍ଡା ପ୍ରତିନିଧି ସୁଶାନ୍ତ କୁମାର ଦଳେଇ, କେସିଙ୍ଗା ପ୍ରତିନିଧି ଡମ୍ବରୁଧର ଭୋଇ, ମ.ରାମପୁର ପ୍ରତିନିଧି ଉଦ୍ଧବ ପଣ୍ଡା, କୋକସରା ପ୍ରତିନିଧି ଭଦ୍ରାଞ୍ଚଳ ନାୟକ, କଲମପୁର ପ୍ରତିନିଧି ଦୀପକ ସାହୁ, ଥୁଆମୂଳ ରାମପୁର ପ୍ରତିନିଧି ବୀର ବଜରଙ୍ଗ ମଜୁମଦର ନାଏକ, ମହାଲିଙ୍ଗ ପ୍ରତିନିଧି ସୌମ୍ୟରଂଜନ ଅଗସ୍ତି, ଲାଞ୍ଜିଗଡ଼ ପ୍ରତିନିଧି ହିମାଦ୍ରୀ ପେସନିଆ, ଭବାନୀପାଟଣା ଏଜେନ୍ସି ବିନାୟକ ଶତପଥୀ ପ୍ରମୁଖ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଓ ସ୍ଥିତି ଉପରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.