ନର୍ଲା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସଭାଗୃହ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସମିତି ବୈଠକ । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବିଡ଼ିଓ ବସନ୍ତି ସେଠୀ, ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ମାଝୀ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ, ଏବିଇଓ ଗୋବର୍ଦ୍ଧନ ମାଝୀ ପ୍ରମୁଖ ମଞ୍ଚସୀନ ଥିଲେ। ବୈଠକରେ ନିର୍ବାଚିତ ପ୍ରାୟ ସମସ୍ତ ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରପଞ୍ଚ ମାନଙ୍କ ମଧ୍ୟରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ବାଗପୁର ସରପଞ୍ଚ ଗୋପାଳ ହାତୀ ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଘଣ୍ଟମାଲ ସମିତି ସଦସ୍ୟା ଅବନ୍ତିକା ଦଳେଇ, ରୁପ୍ରାରୋଡ଼ ସମିତି ସଦସ୍ୟା ଦୀପାଞ୍ଜଳି ମାଝୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ନର୍ଲା ସମିତି ସଦସ୍ୟ କାଳିଆ ଝାଙ୍କର, ବାଲସିଙ୍ଗା ସମିତି ସଦସ୍ୟ ଶ୍ରୀ ବାହୁକ, ନର୍ଲା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରା ନନ୍ଦ ନାଏକ, ଅମୀତ କୁମାର ସିଂ,ନର୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Udyog Nursery
Udyogi Nursery

ଅଧ୍ୟକ୍ଷାଙ୍କ ସ୍ୱାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ । ଏହାବାଦ ବିଦ୍ୟୁତ ବିଭାଗ ଅଧିକାରୀ ଦୁଇ କନିଷ୍ଠ ଯନ୍ତ୍ରୀ ଅନନ୍ତ କୁମାର ସାହୁ, ଦିବ୍ୟ ପଣ୍ଡା, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ନିବାସିନୀ ବିଶ୍ୱାଳ, ବ୍ଲକ କୃଷି ଅଧିକାରୀ ରଜତ ମିଶ୍ର, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବୃନ୍ଦ ବୈଠକ ରେ ଉପସ୍ଥିତ ରହି ନର୍ଲା ବ୍ଲକ ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟଜଳ, ଗମନାଗମନ, ପରିମଳ ବ୍ୟବସ୍ଥା ସହ ପଞ୍ଚାୟତ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.