୭ଜୁନରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ କ୍ରିକେଟର ଫାଇନାଲ ମ୍ୟାଚ

ଦି ଓଭାଲରେ ଭାରତୀୟ ଓପନରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ

ଓଡ଼ିଆ ବାର୍ତ୍ତା/ ଓଭାଲ: ଏଠାରେ ୭ଜୁନରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ପଡିଆରେ ଅବଶ୍ୟ ଭାରତର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଏଠାରେ ଟିମ ଇଣ୍ଡିଆ ୧୪ଟି ଟେଷ୍ଟ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ ପରାଜୟବରଣ କରିଛି । ଅନ୍ୟ ୭ଟି ମ୍ୟାଚ ଡ୍ର ରହିଛି । ଅପରପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୩୮ଟି ଟେଷ୍ଟ ଖେଳିଛି । ୭ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୭ରେ ପରାଜିତ ହୋଇଛି । ବାକିତକ ମ୍ୟାଚ ଡ୍ର ରହିଛି । ଉଭୟ ଟିମର ପ୍ରଦର୍ଶନ ସେତେ ଖାସ ନ ଥିବାରୁ ମୁକାବିଲା ରୋମାଂଚକ ହେବ ବୋଲି ଆଶା କରାଯାଉଛି । ଏହି ପିଚ ସର୍ବଦା ଭାରତୀୟ ଓପନରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ୨୦୦୦ ପରଠାରୁ ଭାରତୀୟ ବ୍ୟାଟ୍ସମ୍ୟାନ ଏଠାରେ ମାତ୍ର ୬ଟି ଶତକ ମାରିଛନ୍ତିି । ସେମାନଙ୍କ ମଧ୍ୟରୁ ଓପନରମାନେ ୩ଟି ଶତକ ମାରିଛନ୍ତି । ୨୦୧୧ରେ ରାହୁଲ ଡ୍ରାଭିଡ, ୨୦୧୮ରେ କେଏଲ ରାହୁଲ ଓ ୨୦୨୧ରେ ରୋହିତ ଶର୍ମା ଏଠାରେ ଓପନର ଭାବେ ଶତକ ମାରିଛନ୍ତି । ଯେତେଦୂର ସମ୍ଭବ ରୋହିତ ଓ ଶୁଭମନ ଗିଲ ଏଥର ଓପନିଂ କରିବେ । ଗିଲ ଫର୍ମରେ ଥିବାରୁ ତାଙ୍କଠାରୁ ଏକ ଐତିହାସିକ ଇନିଂସ ଆଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.