ସୁବର୍ଣ୍ଣପୁରରେ ବିଶ୍ଵ ଯୋଗ ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ ଓ ଯୋଗ କର୍ମଶାଳା 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ତଡ଼ିତ ଶ୍ଵାସ ମନ୍ତ୍ର ଯୋଗାଳୟରେ ଯୋଗ ମୋହତ୍ସବ ସମିତି, ଜିଲ୍ଲା ଯୋଗ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପ୍ରୋଟୋକଲ ଆସନ ପ୍ରାଣାୟମ ର ଅଭ୍ୟାସ ହୋଇ ଯାଇଛି l ପତଞ୍ଜଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡାଙ୍କ ସଂଜୋଜନାରେ ଅନୁଷ୍ଟିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଏଡିଏମଓ  ମେଡ଼ିକାଲ ଡ.ଦୁର୍ଗାଦତ୍ତ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବରେ ଯୋଗ ସାଧକ ଇଂ ତିରୁପତି ପାତ୍ର, ବରିଷ୍ଟ ଆଇନଜୀବୀ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବେକ ସଂଘ ର ସଦସ୍ୟ ପ୍ରଦୀପ ପୁରୋହିତ, ଯୋଗାଳୟ ସଭାପତି ହରିହର ଶତପଥୀ, ଉଦ୍ୟୋକ୍ତା ଆର୍ତ୍ତତ୍ରାଣ ବାବୁ, ବରିଷ୍ଠ ସାମ୍ବାଦିକ ମନୋରଂଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ୟୋଗ ହେଉଛି ଭାରତୀୟ ପ୍ରାଚୀନ ସଂସ୍କୃତି ଯୋଗ ମାଧ୍ୟମ ରେ ଭାରତ ବିଶ୍ୱଗୁରୁ ଭାବେ ଜାତିସଂଘରେ ସ୍ୱକୃତି ପ୍ରାପ୍ତ ହୋଇ ଏବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ବୋଲି କହିଥିଲେ l 

ଯୋଗ ପାଇଁ ଅର୍ଥ ନୁହେଁ ଅଭ୍ୟାସ ଜରୁରୀ ବୋଲି ମତ ରଖି ଦେଶ ପାଇଁ ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ଏହି ମନ୍ତ୍ର ନେଇ ବାର୍ତ୍ତା କୁ ସବୁଠି ପହଞ୍ଚାଇବା ବୋଲି କହିଥିଲେ ଏବଂ ଡାକ୍ତରୀ ଚିକିତ୍ସା ଠାରୁ ୟୋଗ ପ୍ରାଣାୟାମ ଖୁବ ଫଳପ୍ରଦ ବୋଲି ନିଜ ନିଜ ର ଅନେକ ଅନୁଭୂତି କହିଥିଲେ l ଶ୍ରୀ ଗୋପାଳଜୀ ଯୋଗଳୟ ର ବେଦ ପ୍ରଚାର ସମିତିର ଜିଲ୍ଲା ସଂଯୋଜକ ପଙ୍କଜ ମେହେର, ବୈଦ୍ୟନାଥ ଜାଲଙ୍କ ପରିଚାଳନାରେ ଗତ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାର ସ୍ୱର୍ଗପ୍ରାପ୍ତ ଆତ୍ମାଙ୍କ ସଦଗତି ହେତୁ ଏକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା l ବରିଷ୍ଟ ଯୋଗ ସାଧକ ହରିହର ଶତପଥୀ ଓ ପତଞ୍ଜଳି ଯୋଗପୀଠ ହରିଦ୍ୱାରରୁ ଯୋଗ ଶିକ୍ଷକ ଭାବରେ ମନୋନୀତ ହୋଇ ଥିବା ନିଁମେଇ ମହାକୁଡ଼ ଓ ଗୁଣନିଧି ଥନାପତିଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ଜିଲ୍ଲାର ୫୦ଜଣ ବରିଷ୍ଟ ଯୋଗ ପ୍ରଶିକ୍ଷକ ଏ ଶିବିରରେ ଯୋଗ ପ୍ରଶିକ୍ଷଣ ନେଇଥିଲେ। ଯୋଗ ମହୋତ୍ସବ ସମିତି ସଭାପତି ସଞ୍ଜୟ ମହାପାତ୍ର ଯୋଗ ଦିବସ ପାଳନ ବିଷୟରେ ବିବରଣୀ ପ୍ରଦାନ କରିଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା ସଭା ସଂଯୋଜନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.