ଓଡ଼ିଆ ବାର୍ତ୍ତା/ କାଶୀପୁର (ଆଲାରାମ ଭାତ୍ରା): ରାୟଗଡା ଜିଲ୍ଲା ମୂଖ୍ଯ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ତଥା କୃଷି ଜିଲ୍ଲା ଅଧିକାରୀ ସୁମନ ସିଂ ପଟ୍ଟନାୟକ ଦିନିକିଆ କାଶୀପୁର ଗସ୍ତରେ ଆସି କୃଷି ଯୋଜନାର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଖରିଫ ଋତୁକୁ ଦୃଷ୍ଟିଦେଇ ବିଭିନ୍ନ ଲ୍ୟାମ୍ପସରେ ଗଚ୍ଛିତ ଥିବା ଧାନ ବିହନ ଓ ସାର ଚାଷୀଙ୍କ ପାଖରେ ଆଗୁଆ ପହଞ୍ଚିବା ନେଇ ଗୁରୁତ୍ୱ ଦେଇଥିଲେ। ଖରିଫ ଧାନ ଓ ଅଣଧାନ ଫସଲ ସହ ବ୍ଲକରେ ଚାଲୁଥିବା ସରକାରଙ୍କ ବଳରାମ ଯୋଜନା, ଆଇଏଫଏସପିଏମ କିଷାନ, ମୃତ୍ତିକା ପରୀକ୍ଷଣ ସହ ସରକାରୀ ପଞ୍ଜୀକରଣ କରିଥିବା ସାର ଓ ବିହନ ବିକ୍ରେତା ମାନଙ୍କ ବିକ୍ରିବଟା ଉପରେ ନିରୀକ୍ଷଣ କରାଯିବା ଉପରେ ସମୀକ୍ଷା କରିଥିଲେ। ବ୍ଲକ କୃଷି ଅଧିକାରୀ ବଣ୍ଟୁ ହାଲଦାର ଓ ଅନ୍ୟ ଅଧିକାରୀ ଏକ କାର୍ଯ୍ୟକ୍ରମ ରେ ଉଭୟ ଜିଲ୍ଲା ଅଧିକାରୀଙ୍କୁ ସ୍ବାଗତ କରିଥିଲେ। ନିରଞ୍ଜନ ନାୟକ ପରିଚାଳନା କରିଥିବା ବେଳେ ପଞ୍ଚାନନ ବେହେରା, ମୁଗୁରା ମାଝୀ, ଜୟକୃଷ୍ଣ ସାହୁ,ମଞ୍ଜୁଶ୍ରୀ ସିଂହ, ସରିତା ପ୍ରଧାନ, ରେଣୁକା ମାଝୀ, କୈଳାସ ମାଝୀ, ଲୋକନାଥ ମଣ୍ଡାଙ୍ଗି, ଜଗଦିଶ ପାଳ, ପ୍ରମୁଖ କୃଷି ଅଧିକାରୀଙ୍କ ସମେତ ଏଟିଏମ – କେ. ସ୍ମୃତି ଓ ରୋଷନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।