ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଗୃହରକ୍ଷୀ ସଦାନନ୍ଦ ଦାସ ବିଗତ ୪୦ ବର୍ଷ ଧରି ନୂଆପଡା ଜିଲ୍ଲାର ବୋଡେ଼ନ ଥାନାରେ କାର୍ଯ୍ୟ କରିଆସୁଥିଲେ | ଗତ ମାସ ୩୧ ତାରିଖରେ ସେ ଅବସର ଗ୍ରହଣ କରିଥିଲେ | ଏହି ପରିପେକ୍ଷୀରେ ଡି. ପି. ଓ ଠାରେ ନୂଆପଡା ଏସ. ପି ଜି. ରାଘବେନ୍ଦ୍ର ଗୃହରକ୍ଷୀ ସଦାନନ୍ଦ ଦାସଙ୍କୁ ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରିଥିଲେ | ଏହା ସହିତ ଏସ. ପି ଜି. ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ ତଥା ସହଯୋଗରେ ସଦାନନ୍ଦଙ୍କୁ ଆଜି ମଙ୍ଗଳବାର ଦିନ ନୂଆପଡା ଜିଲ୍ଲା ଗୃହରକ୍ଷୀ ସଙ୍ଘ ତରଫରୁ ନିଜର ଏକ ଦିନର ବେତନ ୪୨୩ ଟଙ୍କା ହିସାବରେ ସର୍ବମୋଟ ୫୨,୨୯୮ ଟଙ୍କା ପ୍ରଦାନ କରାଯାଛି | ଏ ନେଇ ନୂଆପଡା ଜିଲ୍ଲା ଗୃହରକ୍ଷୀ ସଙ୍ଘ ସଭାପତି ଶରତ ହଂସ ସୂଚନା ପ୍ରଦାନ କରିଛନ୍ତି |