ଜନଜାତିୟ ଖେଳ ମହୋତ୍ସବ: ଓଡ଼ିଶା ପାଇଁ କାଂସ୍ୟ ପଦକ ଆଣିଲେ କଳାହାଣ୍ଡିର ତୀରନ୍ଦାଜ ସଞ୍ଜୟ ଓ ବିକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୁବନେଶ୍ୱର ସ୍ଥିତ କିଟ କିସର ତିରନ୍ଦାଜ ଖେଳପଡିଆ ଠାରେ ଗତ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଜାତୀୟ ଜନଜାତୀୟ ଖେଳ ମହୋତ୍ସବ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଓଡ଼ିଶା ଦଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ୨ ଛାତ୍ର ସଞ୍ଜୟ ମାଝୀ ଓ ବିକ୍ରମ ମାଝୀ ଭାଗନେଇ ରାଜ୍ୟ ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ଭୁବନେଶ୍ୱର କୀଟ/କିସ ର ତିରନ୍ଦାଜ ଖେଳପଡିଆଠାରେ ଗତ ମେ ୧୯ ତାରିଖ ରାଜ୍ୟ ଆଦିବାସୀ ତିରନ୍ଦାଜ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ତିରନ୍ଦାଜ ପ୍ରତିଯୋଗିମାନେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଏସଏସଡ଼ି ସ୍କୁଲର ୨ ଜଣ ପ୍ରତିଯୋଗୀ ସଞ୍ଜୟ ମାଝୀ ଓ ବିକ୍ରମ ମାଝୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେଥିରେ ସଞ୍ଜୟ ମାଝୀ ୬୧୫ ସ୍କୋର କରି ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିକ୍ରମ ମାଝୀ ୫୮୦ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରି ଜାତୀୟ ଖେଳ ମହୋତ୍ସବ ପାଇଁ ମନୋନୀତ ହୋଇଥିଲେ । ତିରନ୍ଧାଜ କୋଚ୍ ଶୀମାଞ୍ଚଜ କାଟ୍ରାକାଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀ ମାନେ ଭାଗ ନେଇ ରାଜ୍ୟ ତଥା ଜିଲ୍ଲା ପାଇଁ କୃତିତ୍ୱ ଅର୍ଜନ କରିଛନ୍ତି । କୋଚ୍ ଶୀମାଞ୍ଚଜ ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ କାର୍ଯ୍ୟ କରୁଛନ୍ତି । ଏହି ୨ ଜଣ ଖେଳାଳି ଜାତୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ଖେଳାଳିଙ୍କୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ, ଆଇପି ମହେନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ,  ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡ ଓ ଏସଏସଡି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.