ନାଇଜେରିଆରେ ବୋଟ୍‌ ବୁଡ଼ି ଶତାଧିକ ମୃତ, ଅନେକ ନିଖୋଜ

ନାଇଜେରିଆରେ ବୋଟ୍ ବୁଡି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉସ୍‌ମାନ ଇବ୍ରାହିମ୍‌ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେବାକୁ ଯାଇଥିଲେ। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ତାହା ବୁଡ଼ି ଯାଇଥିବା ଜଣାଯାଇଛି। ନର୍ଥ ସେଣ୍ଟ୍ରାଲ କ୍ୱାରା ରାଜ୍ୟର ପଟାଗି ଜିଲ୍ଲାରେ ଏହି ଦୁଃଖଦ ଘଟଣା ଗତକାଲି ଘଟିଛି।

ସୂଚନା ଅନୁସାରେ ବିବାହ ସାରି ଫେରିବା ବେଳେ ଭୀଷଣ ବର୍ଷା ହେଉଥିଲା। ରାସ୍ତାରେ ଅତ୍ୟଧିକ ପାଣି ଥିବାରୁ ବୋଟରେ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତେ ଏକ ବୋଟ୍‌ରେ ନାଇଜର ନଦୀ ପାର ହେଉଥିଲେ। ମାତ୍ର ପ୍ରବଳ ବର୍ଷା ସହ ଅତ୍ୟଧିକ ବୋଟ୍‌ଟି ଅତ୍ୟଧିକ ଓଜନ ଯୋଗୁଁ ମଝି ନଦୀରେ ଭାରସାଗ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ଲୋକ ନଦୀରେ ବୁଡ଼ି ଯାଇଥିଲେ। ଏହି ଘଟଣାରେ ଅନେକ ଲୋକ ନିଖୋଜ ଅଛନ୍ତି। ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ମଙ୍ଗଳବାର ସୁଦ୍ଧା ୧୦୦ ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳର ହସ୍ତଗତ ହୋଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.