ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରୁଥିବା ଯୁବକର ପାକିସ୍ତାନ ଲିଙ୍କ୍

ଓଡ଼ିଆ ବାର୍ତ୍ତା/ ଗାଜିୟାବାଦ: ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରିବା ମାମଲାରେ ଗାଜିୟାବାଦ ପୋଲିସ ବୁଧବାର ଏଟିଏସ ଏବଂ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଅଭିଯୁକ୍ତ ଶାହନାୱାଜକୁ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଏହି ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଇ-ମେଲ ଆଇଡି ସମ୍ପର୍କରେ ପୋଲିସ ସୂଚନା ପାଇଛି। ଅଭିଯୁକ୍ତର ଫୋନରୁ ୩୦ରୁ ଅଧିକ ପାକିସ୍ତାନୀ ନମ୍ବର ମଧ୍ୟ ମିଳିଛି। ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର (ପିଓକେ) ରେ ରହୁଥିବା ଜଣେ ଯୁବକଙ୍କ ସହ ଚାଟ୍ କରିଥିବା ପୋଲିସ ଜାଣିପାରିଛି। କେବଳ ଏତିକି ନୁହେଁ ଲାହୋରରେ ରହୁଥିବା ଟ୍ରାଫିକ ପୋଲିସର ପରିଚୟ ମଧ୍ୟ ଜାଣିପାରିଛି।ପୋଲିସ ଅଭିଯୁକ୍ତ ଏବଂ ଅଭିଯୁକ୍ତର ପରିବାର ସଦସ୍ୟଙ୍କର ୧୦ରୁ ଅଧିକ ଆକାଉଣ୍ଟ ଯାଞ୍ଚ କରିଥିଲା ​​ଯେଉଁଥିରେ ଗୋଟିଏ ଆକାଉଣ୍ଟରେ ୩୫ ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଟିମ୍ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ରାଶି କେଉଁଠୁ ଆସିଲା। ଗାଜିଆବାଦର ରାଜନଗରରେ ରହୁଥିବା ଜଣେ ନାବାଳକ ସହିତ ୩୫୦ରୁ ଅଧିକ ବାର୍ତ୍ତାଳାପ ସମ୍ପର୍କରେ ପୋଲିସ ସୂଚନା ପାଇଛି। ଲାପଟପ୍ ଏବଂ ମୋବାଇଲର ତଥ୍ୟ ଉଦ୍ଧାର କରିବାକୁ ପୋଲିସ ଚେଷ୍ଟା କରୁଛି, କାରଣ ଅଭିଯୁକ୍ତ ଶାହନାୱାଜ ବହୁତ ତଥ୍ୟ ଡିଲିଟ କରିଦେଇଛି। ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ବର୍ତ୍ତମାନ ଶାହନାୱାଜକୁ ରିମାଣ୍ଡରେ ନେବ ବୋଲି ସୂଚନା ରହିଛି। ସୂଚନା ଥାଉକି, ଗାଜିଆବାଦର ଜଣେ ବ୍ୟକ୍ତି ଗତ ମାସରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ କି ମୌଲବୀ ଏବଂ ଖାନ ବେଆଇନ ଭାବେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତାଙ୍କ ପୁଅକୁ ଇସଲାମ ଧର୍ମରେ ପରିବର୍ତ୍ତନ କରାଇ ଦେଇଛନ୍ତି। ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କ ପୁଅ ଖାନଙ୍କ ସହିତ ଏକ ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ ଏବଂ ତାଙ୍କ ସହିତ ବାରମ୍ବାର କଥାବାର୍ତ୍ତା କରୁଥିଲେ, ଯାହା ପରେ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ପୋଲିସ ଏବେ ଅଧିକ ତଦନ୍ତ କରୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.