ରକ୍ତ ନୁହେଁ ଏ ଅମୃତ; ଆପଣଙ୍କ ରକ୍ତଦାନ ଲୋକଙ୍କୁ ଜୀବନ ଦାନ ଦେବ

ମାରଓ୍ବାଡି ଯୁବାମଞ୍ଚ ଲଡ଼ୁଗାଁ ପକ୍ଷରୁ ମେଗା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆପଣଙ୍କ ତିନିଶହ ଏମ ଏଲ ରକ୍ତ ଦେଲେ ଆପଣଙ୍କ କିଛି କ୍ଷତି ହେବ ନାହିଁ ବରଂ ଆପଣଙ୍କ ରକ୍ତରେ ଗୋଟିଏ ଲୋକ ବଞ୍ଚିଯିବେ l ଏହି ମୁଲ ମନ୍ତ୍ର ନେଇ ଆଜି ଓଡ଼ିଆ ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ୮ଦିନ ଧରି ରକ୍ତଦାନ ଅଭିଯାନ ହୋଇ ଆସୁଛି l ଉଦ୍ଦେଶ୍ୟ ରହିଛି ୧୦୬ ଶାଖା ଜରିଆରେ ୨୫୦ କ୍ୟାମ୍ପ କରାଯାଇ ୧୧ ହଜାର ୧୧ ଶହ ୧୧ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ଲଡୁଗାଁ ଠାରେ ମାରୱାଡ଼ି ଯୁବା ମଞ୍ଚ ଲଡୁଗାଁ ଶାଖା ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି l ଜରୁରୀ ସମୟରେ ଡାକ୍ତର ଓ ରୋଗୀ ଙ୍କ ସମ୍ପର୍କୀୟ ଜାଣନ୍ତି ଗୋଟିଏ ବୁନ୍ଦା ରକ୍ତ ର ମହତ୍ୱ,ଯେତେବେଳେ ଜଣେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥାଏ, ଏଣୁ ଆସନ୍ତୁ ରକ୍ତଦାନ କରି ଅନ୍ୟ ର ଜୀବନ ରକ୍ଷାକରି ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଆଜିର ଶିବିର ରେ ଅନେକ ସ୍ବେଛାସେବୀ, ମହିଳା, ପୁରୁଷ ଓ ଆଶା, ଡ୍ରାଇଭର ସଙ୍ଘ ଓ ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନେ ଏହି ଶିବିର ରେ ରକ୍ତଦାନ କରିଥିଲେ l ଶିବିର କୁ ଜିଲ୍ଲା ଚିକିତ୍ସା ଅଧିକାରୀ କଳାହାଣ୍ଡି ସିଡିଏମଓ ଡାକ୍ତର ଗିରିସ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। ଏଥିରେ ଅତିଥି ଭାବେ କୋକସରା ବ୍ଳକ ଅଧ୍ୟକ୍ଷା ରିତା ଅଗ୍ରୱାଲ, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ତତ୍ତ୍ବଦର୍ଶୀ ଦାଶ, ଲଡୁଗାଁ ସ୍ବାସ୍ଥ୍ୟ ଉପ କେନ୍ଦ୍ରର ଡାକ୍ତର ରଜତ ସୌମ୍ୟ ଅନୁରାଗ, କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା, ଲଡୁଗାଁ ସରପଞ୍ଚ ନକୁଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଲଡ଼ୁଗାଁ ମାରବାଡ଼ି ଯୁବାମଞ୍ଚ ର ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, କୋଷାଧକ୍ଷ ଡମ୍ବରୁ ଅଗ୍ରୱାଲ,ଆବାହକ ଅଙ୍କିତ ଅଗ୍ରୱାଲ, ବିକାଶ ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା,ଗୌତମ ଅଗ୍ରୱାଲ, ବିକାଶ ଅଗ୍ରୱାଲ,ପ୍ରିନ୍ସ ଗର୍ଗ, ମହେନ୍ଦ୍ର ଗୋୟଲ,ଅଜୟ ତାୟଲ, ବିବେକ ତାୟଲ,ଗଣେଶ ଅଗ୍ରୱାଲ, ବିକ୍ରମ ଗର୍ଗ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଶିବିର ରେ ସହଯୋଗ କରିଥିଲେ l ଶିବିରରେ ସମୁଦାୟ ୨ ଶହ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.