ଲଚ୍ଛିପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଲଛିପୁର ସରସ୍ବତୀ ଶିଶୁମନ୍ଦିର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମଶଙ୍କର ତ୍ରିପାଠୀ ଏହି ସଭାରେ ଅଧ୍ୟକ୍ଷତା କରି ଯୋଗ ଆମ ସ୍ୱାସ୍ଥ୍ୟ ପ୍ରତି କେତେ ଉପଯୋଗୀ ସେ ବିଷୟରେ ଆଲୋକପାତ କରିଥିଲେ। ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ପ୍ରତିଦିନ ଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ସରସ୍ବତୀ ଶିଶୁମନ୍ଦିର ଅଧ୍ୟକ୍ଷ, ଶିକ୍ଷକ ଓ ଶିଶୁ ବୃନ୍ଦଙ୍କ ସମେତ ଭାରପ୍ରାପ୍ତ ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତନୁ କୁମାର ମେହେର, ବିପିଏମ ପ୍ରିୟରଞ୍ଜନ ସାହୁ, ବିଡିଏମ ରିଙ୍କୁ ପଧାନ, ଏମ.ଆର.ଏ ସୁଶାନ୍ତ ନାଏକ, ଲଚ୍ଛିପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଲଚ୍ଛିପୁର ଥାନାର ପୋଲିସ କର୍ମଚାରୀ, ସ୍ଥାନୀୟ ଅଂଚଳର ଆଶା, ଅଙ୍ଗନବାଡି କର୍ମୀ ଏବଂ ବସେଶ୍ୱରପାଲି ଆଶ୍ରମସ୍କୁଲର ଛାତ୍ରବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.