ନର୍ଲା ଶିଶୁ ମନ୍ଦିରରେ ବିଧାୟକଙ୍କ ଭୂମି ପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଶୌଚାଳୟ ନିର୍ମାଣ ପାଇଁ ନର୍ଲା ବିଧାୟକ ଭୁପିନ୍ଦର ସିଂ ଭୂମି ପୂଜନ କରିଛନ୍ତି । ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସୁମନ୍ତ ପୂଝାରୀ, ଯୁଗ୍ମସମ୍ପାଦକ ଅଜୟ କୁମାର ନାଏକ, ଉପସଭାପତି ପ୍ରମୋଦ ପଧାନ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ, ସମସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପୂଜାପାଠ କରାଯାଇ ନୂତନ ଶୌଚାଳୟ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ନର୍ଲା ବିଧାୟକ ଶ୍ରୀ ସିଂ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.