ପ୍ରେମିକାକୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗ; ପ୍ରେମିକକୁ କୋର୍ଟ ଚାଲାଣ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ସରମଦ (୨୮) ଘର କାଦୋପଡା ପାଟଣାଗଡ଼ ବୋଲି ଜଣାପଡିଛି l ଯାହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ଜୋର ଧରିଛି l ପ୍ରକାଶ ଯେ, କରମତଳା ଗ୍ରାମର ଜୈନିକା ଯୁବତୀ (ଛଦ୍ମନାମ) ମିନାକ୍ଷୀଙ୍କ ସହିତ ପାଟଣାଗଡ଼ କାଦୋପଡାର ମହମ୍ମଦ ସରମଦ ନାମକ ଯୁବକ ସହ ଦୀର୍ଘ ୭ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଉଭୟ ଦୁହେଁ ମୁସଲମାନ ସମ୍ପ୍ରଦାୟ ପରିବାରର ଅଟନ୍ତି l ଏ ନେଇ ପ୍ରେମିକା ମିନାକ୍ଷୀ ବାରମ୍ବାର ବିବାହ ପାଇଁ ପ୍ରେମିକଙ୍କୁ କହି ଆସୁଥିବା ବେଳେ ପ୍ରେମିକ ଜଣକ ମିଥ୍ୟା ପ୍ରତିଶୃତି ଦେଇ ମିନାକ୍ଷୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ରଖି ଆସୁଥିଲା l ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପ୍ରେମିକା ଜଣକ ସଇଁତଲା ଥାନାରେ ଲିଖିତ ଏତଲା ଦେଇଥିଲା l ଏହାକୁ ଭିର୍ତ୍ତି କରି ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଥାନା ଏସଆଇ କାଜଲ ବାଗ ଘଟଣାର ତଦନ୍ତ କରି ଥାନା କେଶ ନଂ ୧୪୯/୨୩ ରେ ଏକ ମାମଲା ରୁଜୁ କରି ଉଭୟ ପ୍ରେମୀ ଯୁଗଳଙ୍କୁ ଡାକ୍ତରୀମାଇନା କରି ଅଭିଯୁକ୍ତ ମହମ୍ମଦଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.