ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ବଳିତ ୧୦ଦଫା ଦାବିପତ୍ର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି। ପୂର୍ବରୁ ଭୁବନେଶ୍ୱର ଓ ମୟୁରଭଞ୍ଜରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ସମାବେଶରେ ଏହି ଦାବି ସବୁ ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥାପନା କରାଯାଇଥିବା ବିଷୟ ଆଲୋଚନା କରିଥିଲେ। ଓ ଏହାକୁ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିଥିଲେ। ଏ ସବୁ ଦାବି ବିଷୟରେ ମୁଁ ଅବଗତ ଅଛି ଏବଂ ସମସ୍ୟାର ସମାଧାନ ଲାଗି ପ୍ରୟାସ ଓ ବିଚାର ବିମର୍ଶ ଚାଲିଥିବା ଶ୍ରୀ ପାଣ୍ଡିଆନ ସାମ୍ବାଦିକଙ୍କୁ ସୋନପୁରରେ କହିଥିଲେ। ସଂଘର ଉପଦେଷ୍ଟା ଦିଲ୍ଲୀପ ପାତ୍ରଙ୍କ ନେତୃତ୍ୱରେ ସୁବର୍ଣପୁର ଶାଖାର ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, କୋଷାଧ୍ୟକ୍ଷ୍ୟ ଭାସ୍କର ବାବୁ ଓ ଶ୍ରଦ୍ଧାକାର ଦାଶ ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ।