ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଳି ସ୍ଥିତ ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ନିର୍ମାଣ ପାଇଁ ଆଜି ସମାରୋହରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମିପୂଜନରେ ଗଣ୍ଡାବାହାଳି ସମେତ ସୁନାରୀସିକୁଆଁ, ଗମ୍ଭାରୀଗୁଡା, ରାମପୁର ପ୍ରଭୃତି ଚାରି ଗୋଟି ଗ୍ରାମ ତଥା ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ପାରମ୍ପରିକ ବାଜା, ଅସ୍ତ୍ରଶସ୍ତ୍ର, ନୃତ୍ୟ ଗୀତରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ପୂଜା ମଣ୍ଡପରୁ ବାହାରି ନଗର ପରିକ୍ରମା କରି ରାମଗଡ଼ ଅଭିମୁଖେ ବାହାରି ଥିଲେ। ରାମଗଡ଼ ବିକାଶ ସମିତିର ସଭାପତି ରାହାସ ବିହାରୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଯୁବରାଜ ଦେବଦେବ ପ୍ରସାଦ ସିଂଦେଓ ଯୋଗଦାନ କରି ନିଜ କର କମଲରେ ମନ୍ଦିର ଭୂମି ପୂଜନର ଶୁଭ ଦେଇଥିଲେ। ସମିତିର ସମ୍ପାଦକ ଗୁପ୍ତେଶ୍ଵର ମେହେର ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱଗତ ଭାଷଣ ଦେଇ ସମସ୍ତଙ୍କର ସହଯୋଗ ଓ ଉଦ୍ୟମରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଇ ପାରିବ ବୋଲି ମତ ରଖିଥିଲେ। ଏହି ଅବସରରେରେ ମାନ୍ୟବର ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ ଅଡିଓ ବାର୍ତ୍ତା ଯୋଗେ ଐତିହାସିକ କ୍ଷେତ୍ର ରାମଗଡ଼ ଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବାକୁ ଏବଂ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରି ଓଡ଼ିଶା ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଉଦ୍ୟମ ଜାରି ରହିବ ବୋଲି ମତ ପୋଷଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ବଳ ଗୁପ୍ତା, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଗଣ୍ଡାବାହାଲି ସରପଞ୍ଚ କୌଶଲ୍ୟା ମେହେର, ସୁନାରୀସିକୁଆ ସରପଞ୍ଚ ଭୋଲେଶ୍ଵରୀ ଦାସ, ଲର୍କା ସରପଞ୍ଚ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଲିଙ୍ଗରାଜ ଘିଭେଲା, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ଅମିତ ସିଂ ଦେଓ, ରାମଗଡ଼ ବିକାଶ ସମିତିର ଉପସଭାପତି ପଙ୍କଜ ମେହେର, ବନମାଳୀ ମେହେର, ନକୁଳ ଵୈଠାରୁ, ଶ୍ରୀନାଥ ମେହେର, ବୈକୁଣ୍ଠ ତାଣ୍ଡି ପ୍ରମୁଖ ମଞ୍ଚାସିନ ହୋଇ ରାମଗଡ଼ର ଐତିହାସିକ କିମ୍ବଦନ୍ତୀ ଏବଂ ରାମଗଡ଼ ମନ୍ଦିର ନିର୍ମାଣ ସହିତ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ପାଇଁ ସମସ୍ତଙ୍କର ପ୍ରୟାସ ରହିବ ବୋଲି ମତପୋଷଣ କରିଥିଲେ। ଶେଷରେ ରାମଗଡ଼ ବିକାଶ ସମିତିର ବରିଷ୍ଠ ଉପଦେଷ୍ଟା ଦିବାକର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.