ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ମାଣିକ୍ୟ ବିହାର ପରିସରରେ ଏୟାର ସ୍କ୍ୱାଡ୍ରନ ଫ୍ଲାଇଂ ଏନ.ସି.ସି ଝାରସୁଗୁଡ଼ା ଆନୁକୂଲ୍ୟରେ ୧୦ଦିନିଆ ବାର୍ଷିକ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ୟାମ୍ପରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ କାଉଗୁଡ଼ା ଉଚ୍ଚ ବିଦ୍ୟାଳୟର ଏନ. ସି.ସି କେଡ଼େଟ ମାନେ ସଫଳତା ହାସଲ ହୋଇଛି। ଏହି ସଫଳତା ହାସଲ ପରେ ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଅଛି। ଏହି ବାର୍ଷିକ ଟ୍ରେନିଂ କ୍ୟାମ୍ପରେ ଓଡିଶାର ୭ଟି ଜିଲ୍ଲାର ୧୫ ଟି ସ୍କୁଲରୁ ମୋଟ ୩୦୦ରୁ ଅଧିକ କେଡ଼େଟ ଯୋଗଦାନ କରିଥିଲେ। ଏଥି ମଧ୍ୟରୁ ଲାଞ୍ଜିଗଡ଼ ବ୍ଲବର କାଉଗୁଡ଼ା ଉଚ୍ଚ ବିଦ୍ୟାଳୟ ଡ୍ରିଲ ପ୍ରତିଯୋଗିତାରେ ପ୍ରଥମ, ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରଥମ ଓ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।