ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ୧୩ ଜଣ ବ୍ଲକ ଡିଜିଟାଲ ସଂପାଦକ ନିଯୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ଦଳ ନିଜ ନିଜ ସମରସଜ୍ଜା ଆରମ୍ଭ କରିଦେଇଥିବା ପରି ମନେହେଉଛି। ଶାସକ ବିଜେଡି‌ ନିକଟରେ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନର ନବ କଳେବର କରିଛି। ଏବେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ପାଇଁ ବ୍ଲକ ଡିଜିଟାଲ ସଂପାଦକ ନିଯୁକ୍ତ କରାଯାଇଛି।ଏନେଇ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତାଦଳର ସଭାପତି ଅଜିତ କୁମାର ସାହୁଙ୍କ ଦ୍ବାରା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ପାଇଁ ଅର୍ଜୁନ ନାଏକ, ଥୁଆମୂଳ ରାମପୁର ବ୍ଲକ ପାଇଁ ଅମରେଶ ଚନ୍ଦ୍ର ନାଏକ, ଜୁନାଗଡ଼ ବ୍ଲକ ପାଇଁ ତେଜରାଜ ରାଉତ, ନର୍ଲା ବ୍ଲକ ପାଇଁ ରୋଶନ ସିଂ ମାଝୀ, କେସିଙ୍ଗା ବ୍ଲକ ପାଇଁ ଜିତେନ୍ଦ୍ର ସାହୁ, ମ. ରାମପୁର ବ୍ଲକ ପାଇଁ ପ୍ରମୋଦ ଚୌଧୁରୀ, କର୍ଲାମୁଣ୍ଡା ବ୍ଲକ ପାଇଁ ଦୈତାରୀ ସାହୁ, ଧର୍ମଗଡ଼ ବ୍ଲକ ପାଇଁ ସୌମ୍ୟରଞ୍ଜନ ଗୋପାଳ, କଲମପୁର ବ୍ଲକ ପାଇଁ ରୁଦ୍ରରଞ୍ଜନ ବଗର୍ତ୍ତି, କୋକସରା ବ୍ଲକ ପାଇଁ ଦୀନକ୍ରୁଷ୍ଣ କୁଲଥିଆ, ଭବାନୀପାଟଣା ବ୍ଲକ ପାଇଁ କୁଞ୍ଜବନ ମାଝୀ, ଗୋଲାମୁଣ୍ଡା ବ୍ଲକ ପାଇଁ ଆଶିଷ ସୁନାନୀ, ଜୟପାଟଣା ବ୍ଲକ ପାଇଁ ଷଷ୍ଠୀ ମାଝୀ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.