ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଭଜନ ସନ୍ଧ୍ୟା ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ ଭଜନ ସନ୍ଧ୍ୟା ସମାରୋହ ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ରାଉଳ ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ଶୁଭାଭିନନ୍ଦନ କରିଥିଲେ । ସଭାପତି ଦେବେନ୍ଦ୍ର କୁମାର ନାଏକ ସଭାପତିତ୍ୱ ସହ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଅନୁଷ୍ଠାନର ବଡ଼ଭାଇ ବିଶ୍ବେଶ୍ବର ମାଝୀ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟାଲୋଚନା କରିଥିବା ବେଳେ ଉପଦେଷ୍ଟା ବିପିନ ବିହାରୀ ବାରିକ ଉକ୍ତ ପରିବାରରେ ନିରନ୍ତର ଚାଲି ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ସ୍ପଷ୍ଟୀକରଣ ରଖିଥିଲେ । ଶୁଭଚିନ୍ତକ ତଥା ନୀରିକ୍ଷକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ଏଭଳି ଉଚ୍ଚକୋଟୀର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏଭଳି ଭାବପୂର୍ଣ୍ଣ ପରିବେଶକୁ କେହି ହାତଛଡା କରିବା ଉଚିତ ନୁହେଁ ବୋଲି ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ପ୍ରକାଶ କରିଥିଲେ । ରତିନାରାୟଣ ରାଉତ, ଲତା ବେହେରା, ଯୁବ ଉପସ୍ଥାପକ ହୃଦୟ ରଞ୍ଜନ ପରିଡା, ମଞ୍ଚ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତି, ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି ଭଜନ ସମାରୋହରେ ଉପସ୍ଥାପନା, ସଂଯୋଜନା କରିଥିଲେ । ଭକ୍ତିଭାବମୟ ପରିବେଶରେ ଦୀର୍ଘ ୩ ଘଣ୍ଟା ୨୫ ମିନିଟ ଧରି ଭଜନ ସମାରୋହକୁ ରାଜ୍ୟର ତଥା ରାଜ୍ୟ ବାହାରର ୪୨ ରୁ ଉର୍ଦ୍ଧ ଶ୍ରୋତା ଉପଭୋଗ କରିଥିଲେ । ଭଜନ ସମାରୋହରେ ପ୍ରଥମ ନୈବେଦ୍ୟ ହରିଦ୍ବାରରୁ ବିଜୟଶ୍ରୀ ନାଥ ଅର୍ପଣ କରି ଶୁଭାରମ୍ଭ କରିଥିଲେ । ୩୨ ଟି ଭଜନାଞ୍ଜଳି ପ୍ରଭୁଙ୍କୁ ସମର୍ପିତ କରିଥିଲେ ବିଭିନ୍ନ ପ୍ରାନ୍ତରର ସ୍ରଷ୍ଟା । ସେମାନେ ଥିଲେ ହରିଦ୍ବାରରୁ ବିଜୟଶ୍ରୀ ନାଥ, ଯାଜପୁରରୁ ବିନୋଦିନୀ ଦାଶ, ଉପସ୍ଥାପକ ହୃଦୟ ରଞ୍ଜନ ପରିଡା, ବିଦ୍ୟୁତପ୍ରଭା ମିଶ୍ର, ବାଙ୍ଗାଲୋରରୁ ପ୍ରତିମା ଶତପଥୀ, ଆମେରିକାରୁ ପ୍ରଫୁଲ୍ଲ କୁମାର ଦାସ, ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବାଲେଶ୍ଵରରୁ ବିପିନ ବିହାରୀ ବାରିକ, ପ୍ରଣତି ମହାପାତ୍ର, ମଞ୍ଚ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତି, ପ୍ରଶାନ୍ତ କୁମାର ରାଉଳ, ଭୁବନେଶ୍ୱରରୁ ବିଶ୍ବେଶ୍ବର ମାଝୀ, ରୀତା ଅପରାଜିତା ମହାନ୍ତି, ବଦ୍ରୀ ମହାନ୍ତି, ରମାକାନ୍ତ ମାହାଳି, ଭରତ ଚରଣ ବେହେରା, ପ୍ରିୟମ୍ବଦା ସାମଲ, କଟକରୁ ହେମନ୍ତ କୁମାର ସାହୁ, ବିଷ୍ଣୁପ୍ରିୟା ପଣ୍ଡା, ଜଗତସିଂହପୁରରୁ ଅର୍ଜୁନ କୁମାର ସାମଲ, ସଂଯୁକ୍ତା ସାହୁ, କୋରାପୁଟରୁ ଚନ୍ଦ୍ର କଳା ଦେବୀ, ରାଜେଶ୍ବରୀ ନନ୍ଦ, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, ଢେଙ୍କାନାଳରୁ ତପନ କୁମାର ବିଶ୍ବାଳ, ଲତା ବେହେରା, ଆନ୍ଧ୍ରପ୍ରଦେଶରୁ ଉଷାରାଣୀ ପଣ୍ଡା, ଗଞ୍ଜାମରୁ ବୈଜୟନ୍ତୀମାଳା ମହାପାତ୍ର, ବଲାଙ୍ଗୀର ଜିଲ୍ଲାରୁ ବିଶିଷ୍ଟ ଗବେଷକ ଶ୍ୟାମସୁନ୍ଦର ଦାଶ, ଦେବେନ୍ଦ୍ର କୁମାର ନାଏ, କେନ୍ଦୁଝରରୁ ରତିନାରାୟଣ ରାଉତ, ଖୋର୍ଦ୍ଧାରୁ କାଳନ୍ଦୀ ଚରଣ ପାଳ ପ୍ରମୁଖ ସ୍ରଷ୍ଟା । ଭଜନ ସନ୍ଧ୍ୟାର ଅନ୍ତିମ ପର୍ଯ୍ୟାୟରେ ଅର୍ଜୁନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ନିବେଦନ କରିଥିବା ବେଳେ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିବା ସହ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଭାସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.