ମଣିପୁର ଭାଇରାଲ ଭିଡିଓ ମାମଲା, ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଓଡ଼ିଆ ବାର୍ତ୍ତା/ ଇମ୍ଫାଲ୍‌: ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମଲେମବାମ ନୁଙ୍ଗସିଥୋଇ ମେତେଇ। ୟୁମଲେମବାମଙ୍କୁ ମିଶାଇ ଏହି ମାମଲାରେ ପୋଲିସ ଏଯାବତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ନାରକୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । ସରକାର ଓ ବିରୋଧୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ଗୁରୁବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂହଙ୍କୁ ପୋଲିସ ଗିରଫ କରିଥିଲା। ପରେ ଦଳେ ଉତ୍ତ୍ୟକ୍ତ ମହିଳା ତାଙ୍କ ଘର ପୋଡ଼ି ପକାଇଥିଲେ। ଏହାପରେ ଶୁକ୍ରବାର ସୁଦ୍ଧା ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ନିମନ୍ତେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ‘କଷ୍ଟଡି’କୁ ପଠାଇ ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ସେପଟେ ଏହି ମାମଲାରେ ମୁହଁ ଖୋଲିଛନ୍ତି ଜଣେ ପୀଡ଼ିତାଙ୍କ ମାଆ । ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ, ମଣିପୁରରେ ଆଜି ଯେଉଁ ହିଂସା ଘଟିଛି, ସେଥିପାଇଁ କେବଳ ରାଜ୍ୟ ସରକାର ଦାୟୀ । ତାଙ୍କ ଆଖି ଆଗରେ ନିଜ ସ୍ୱାମୀ ଓ ପୁଅକୁ ବିଭତ୍ସ ଭାବେ ହତ୍ୟା କରାଗଲା । ଭିଡ଼ ଭିତରେ ତାଙ୍କ ଘରକୁ ଜାଳି ପୋଡ଼ି ପାଉଁଶ କରିଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରିଦିଆ ଗଲା । ପୁଣି ନିଜ ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ଆଗକୁ ନିଜର ଏବଂ ନିଜ ପରିବାରର ଭବିଷ୍ୟତ କ’ଣ ହେବ, ତାହା ସେ ଜାଣନ୍ତି ନାହିଁ । କିନ୍ତୁ ଗୋଟିଏ କଥା କହିଛନ୍ତି ଯେ ଏତେ ସବୁ ଘଟିଗଲା ପରେ ସେ ଆଉ ନିଜ ଗାଁକୁ ଫେରିପାରିବେ ନାହିଁ ।

Udyog Nursery
Udyogi Nursery

ସେପଟେ ମେ ୩ ତାରିଖରୁ ଆରମ୍ଭ ହୋଇ ଏଯାବତ ମଣିପୁରରେ ଲାଗିରହିଥିବା ହିଂସାକାଣ୍ଡ ଘଟଣାରେ ୬୦୦୦ରୁ ଊର୍ଦ୍ଧ୍ବ ମାମଲା ଫାଇଲ କରାଗଲାଣି । ଫାଇଲ କରାଯାଇଥିବା ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ପୋଡ଼ାଜଳା ଓ ସରକାରୀ ସମ୍ପତ୍ତି ନଷ୍ଟ ସମ୍ବନ୍ଧୀୟ। ଜଣେ ପଦସ୍ଥ ସରକାରୀ ଅଧିକାରୀ କହିଛନ୍ତି, ବିଭ୍ରାନ୍ତିକର ସୂଚନା ପ୍ରସାରଣ ରୋକିବାକୁ ନିର୍ଦ୍ଦିଷ୍ଟ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ଦୃଷ୍ଟି ରଖାଯାଇଛି। ତେଣୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ଫୁଟେଜଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି। ରାଜ୍ୟରେ ଅସ୍ଥିରତା ଲାଗି ରହିଥିବାରୁ ସ୍ଥାନୀୟ ଥାନାଗୁଡ଼ିକରେ ସମ୍ବଳ ସଙ୍କଟ ଯୋଗୁଁ ନରହତ୍ୟା ଓ ଆକ୍ରମଣ ଭଳି ଗୁରୁତର ଅପରାଧ ସବୁର ତଦନ୍ତରେ ବାଧା ଉପୁଜୁଛି। ତେଣୁ, ଅଧିକାଂଶ ଥାନା ସର୍ବନିମ୍ନସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚାଲିଛି। ବିଭିନ୍ନ ଅଞ୍ଚଳରେ ଆଇନ-ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.