ବସ ଧକ୍କାରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବଲାଙ୍ଗିର-ସୋନପୁର ରାସ୍ତା ସିଆଲଜୁରି ନିକଟରେ ବାଇକକୁ ପଛରୁ ଧକ୍କାଦେଲା ବସ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ନିକଟରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଥିବା ଜଣା ପଡିଛି । ସୁଚନା ଅନୁସାରେ ବାଘପାଲି ଗାଁର ସ୍ୱାମୀ-ସ୍ତ୍ରୀ ଦୁଶାସନ ସାହୁ ଓ କୁନ୍ତି ସାହୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସିଆଲଜୁରି ନିକଟରେ ଚକାଡୋଲା ନାମକ ଘରୋଇ ବସ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଦୁହିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲା ନେବା ବାଟରେ ଦୁଶାସନଙ୍କ ମୃତ୍ୟୁ ହୋଇଥିବା ସୂଚନ ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.