ସାପ କାମୁଡ଼ିଲେ କ’ଣ କରିବେ; ପରାମର୍ଶ ଦେଲେ ବିଶେଷଜ୍ଞ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ): ଗତ କିଛିଦିନ ରାଜ୍ୟରେ ସାପକାମୁଡା ଜନିତ ମୃତ୍ୟୁ ବଢିବାରେ ଲାଗିଛି ବର୍ଷା ଦିନ କାରଣରୁ ବର୍ତ୍ତମାନ ସାପ କାମୁଡ଼ା ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସାପ କାମୁଡିବା ପରେ କଣ କରିବେ ଏବଂ କଣ ନ କରିବେ ସେଥିପାଇଁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବିଶେଷଜ୍ଞ ସୁଦୀପ୍ତ ରଞ୍ଜନ ସିଂ କହିଛନ୍ତି, ସର୍ପାଘାତର ଶିକାର ହୋଇଥିବା ‌ଆହତଙ୍କୁ ଯେତେ ଶୀଘ୍ର ସମ୍ଭବ ନିକଟସ୍ଥ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିବା।ସେ ପିନ୍ଧିଥିବା ମୁଦି, ବ୍ରତ କିମ୍ବା ଅନ୍ୟ କିଛି ଜିନିଷ ଯାହା ଟାଇଟ ହୋଇ ବନ୍ଧା ହୋଇଛି ତାକୁ ଖୋଲିଦେବା, ରାସ୍ତାରେ ନେବା ସମୟରେ ରୋଗୀର ଦେଖାଯାଉଥିବା ଲକ୍ଷଣ ସବନ୍ଧରେ ଡାକ୍ତରଙ୍କୁ କହିବା, ରୋଗୀଙ୍କୁ ଅଧିକ ଗତିଶୀଳ ନ କରାଇ ସିଧା ଡାକ୍ତରଙ୍କ ନିକଟକୁ ନେବାର ଆବଶ୍ୟକ ରହିଛି।

Omkar Vasthu
Omkar Vasthu

ସେହିଭଳି ବହୁ ଦିନରୁ ପ୍ରଚଳିତ ଥିବା କିଛି ପ୍ରାଥମିକ ଚିକିତ୍ସା ଯେପରି ସାପ କାମୁଡି ଥିବା ଅଂଶର ଉପରକୁ କପଡା ବାନ୍ଧିବା ନାହିଁ। କାରଣ ଏହାକୁ ବନ୍ଧିବାର ସଠିକ୍ ଶୈଳୀ ନଜାଣିପାରି ବାନ୍ଧିବା ଦ୍ଵାରା ଏହା ଅଧିକ କ୍ଷତି କରାଇଥାଏ। ସାପ କମୁଡ଼ିଥିବା ଜାଗାକୁ ସଫା କରିବାର ଆବଶ୍ୟକତା ନାହିଁ। ଏହା ଦ୍ବାରା ବିଷ ଅଧିକ ଖେଲେଇଥାଏ। ଚଳଚିତ୍ର ବା ସିରିଏଲରେ ଦେଖାଉଥିବା ଦୃଶ୍ୟରେ ଯେଉଁ ଭଳି ସାପର ବିଷକୁ ପାଟିରେ କଢାଯାଏ ତାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ତେଣୁ ସେଭଳି କରିବା ବାରଣ। ଭେନମ କାଢିବା ପାଇଁ ଅନଲାଇନରେ ମିଳୁଥିବା କିଛି ଉପକରଣ ବ୍ୟବହାର କରିବାକୁ ବାରଣ କରିଛନ୍ତି ବିଶେଷଜ୍ଞ। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ନହେବା ଆବଶ୍ୟକ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.