ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାରକୁ ସନ୍ଦେହରେ ଅଟକାଇଥିଲେ ଅବକାରୀ ବିଭାଗ ଓ ଯାଞ୍ଚ ପରେ କରିବାରୁ କାରରେ ୨୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଏକ କାରରେ ଅଭିଯୁକ୍ତ ଛତିଶଗଡ଼ର ରିଶବ ନିଶାଦ (୨୯) ଗଞ୍ଜେଇ ଚାଲାଣ କରୁଥିବା ବିଭାଗ ସୂଚନା ଦେଇଛି। ଏହି ଘଟଣାରେ ରିଶବକୁ ଗିରଫ କରିବା ସହ ଗଞ୍ଜଇ ନେଇ ଯାଉଥିବା କାରକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଆଜି ରିଶବକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଆରକ୍ଷୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଉଛନ୍ତି।