ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ ମିସନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ତଥା ପୃଷ୍ଟି ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାଏ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିରମହାରାଜପୁର ବ୍ଲକ ହନୁମାନପାଲି ଗ୍ରାମର ଶାନ୍ତି ମେହେରଙ୍କ ଝିଅ କ୍ରୀଷ୍ଣା ମେହେର ଏବଂ ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମର ସୁସ୍ମିତା ସାହୁଙ୍କ ଝିଅ ଅଦ୍ୟସା ସାହୁ ପ୍ରତ୍ୟେକଙ୍କୁ ୪୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର। ସହାୟତା ନିମନ୍ତେ ଉଭୟ ପରିବାର ପାଇଁ ୪୮,୦୦୦ ଟଙ୍କା ଲେଖାଁଏ ମଞ୍ଜୁର ହୋଇଥିବା ବେଳେ ପ୍ରତିମାସ ଜଣ ପ୍ରତି ୪୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମରେ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ମିଶ୍ର, ପରାମର୍ଶ ଦାତା ପ୍ରଶାନ୍ତ ମାହାକୁଡ, ସ୍ୱାଗତରାଜ ମିଶ୍ର, ଥବିର କାଳସାଏ, ବିଶେଶ୍ଵର ହୋତା, ସରିତା ସୁନା ସହଯୋଗ କରିଥିଲେ।