ୱକ୍ସ, ମୋଇନଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ସିରିଜ ବରାବର କଲା ଇଂଲଣ୍ଡ

ଓଡ଼ିଆ ବାର୍ତ୍ତା/ ଦି ଓଭାଲ: ଆଶେସ କ୍ରିକେଟ ସିରିଜ ରୋମାଂଚକ ଢ଼ଙ୍ଗରେ ଶେଷ ହୋଇଛି । ୫ମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୪୯ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨-୨ରେ ସିରିଜ ବରାବର କରିଛି । ଏଥିସହ ଇଂଲଣ୍ଡ ତାଙ୍କ ପ୍ରିୟ ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କୁ ମଧ୍ୟ ଅବସର ଭେଟି ପ୍ରଦାନ କରିଛି । ୩୮୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଏକଦା ୧୧୫ ରନରେ ୪ଟି ୱିକେଟ ହରାଇ ୨୬୪ ରନ କରି ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ଥିଲା । ମାତ୍ର କ୍ରିସ ୱକ୍ସ(୪), ଷ୍ଟୁଆର୍ଟ ବ୍ରଡ(୨) ଓ ମୋଇନ ଅଲୀ(୩)ଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ଧରାଶାୟୀ ହୋଇଥିଲା ।

Omkar Vasthu
Omkar Vasthu

ଅଷ୍ଟ୍ରେଲିଆ ୩୩୪ ରନରେ ଅଲଆଉଟ ହୋଇ ଯାଇଥିଲା । ଉସମାନ ଖ୍ୱାଜା ୭୨, ଷ୍ଟିଭ ସ୍ମିଥ ୫୪ ଓ ଡେଭିଡ ୱାର୍ଣ୍ଣର ୬୦ ରନ କରିଥିଲେ । ପୂର୍ବରୁ ଇଂଲଣ୍ଡର ୨୮୩ ରନ ଜବାବରେ ଅଷ୍ଟ୍ରେଲିଆ ୨୯୫ ରନ କରିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୯୫ ରନ ସଂଗ୍ରହ କରିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.