ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହଯୋଗରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାତୃଶକ୍ତି ବରିଷ୍ଠ ନାଗରିକ ଗୃହର ୧୨ଜଣ ଅନ୍ତେବାସୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ସେବା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ସହରର ସାଇପ୍ରିୟା ନଗର ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥା ସହଯୋଗ ରେ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଟିମ ପକ୍ଷରୁ ଇଏନଟି ସ୍ପେଶାଲିଷ୍ଟ ଡା. ସଙ୍ଘମିତ୍ରା ପଣ୍ଡା, ଆଖି ବିଶେଷଜ୍ଞ ଡା. ଏମ. ସୁରେଶ କୁମାର, ଅଡିଓ ଲୋଜିଷ୍ଟକ ଶ୍ରୀମତୀ ସୁପ୍ରଭା ପଣ୍ଡା ,ଫାର୍ମାସିଷ୍ଟ ଜଗନ୍ନାଥ ନାୟକଙ୍କ ଦ୍ଵାରା ୧୨ ଜଣ ଅନ୍ତେବାସୀମାନଙ୍କୁ ଆଖି ପରୀକ୍ଷା,କାନ ପରୀକ୍ଷା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ ନିମିତ୍ତ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ନିବେଦିତା ପଣ୍ଡା, ପେନଲ ଓକିଲ ସୀତାରାମ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରୀ ଟିମ, ମାତୃଶକ୍ତି ବରିଷ୍ଠ ନାଗରିକ ଗୃହର ପରିଚାଳନା କର୍ତ୍ତୁପକ୍ଷ ଏମ. କ୍ରୀଷ୍ଣା ରାଓ, ଏମଟିଏସ କୃଷ୍ଣ ଚନ୍ଦ୍ର ମହାରଣା,ନର୍ସ କୁମାରୀ ସୁରେନ୍ତି ନାୟକଙ୍କ ଦ୍ଵାରା ଏହି ସ୍ୱାସ୍ଥ୍ୟ ଶିବିର ସଫଳ ହୋଇଥିଲା । ବର୍ତମାନ ଏହି ଗୃହ ରେ ୫୦ ଜଣ ଅନ୍ତେବାସୀ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୬ ଜଣ ବୃଦ୍ଧ ଓ ୨୪ ଜଣ ବୃଦ୍ଧା ରହିଥିବା ଗୃହ ପରିଚାଳକ ଶ୍ରୀ ରାଓ ସୂଚନା ଦେଇଛନ୍ତି | ପ୍ରକାଶ ଥାଉ କି, ଗତ ଜୁନ ୨୮ ତାରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ନିବେଦିତା ପଣ୍ଡା,ପେନଲ ଓକିଲ ସୀତାରାମ ପଣ୍ଡା ପ୍ରମୁଖ ମାତୃଶକ୍ତି ବରିଷ୍ଠ ନାଗରିକକୁ ପରିଦର୍ଶନ ନିମନ୍ତେ ଯାଇଥିଲେ । ଗୃହ ପରିଦର୍ଶନ କରିବା ସମୟରେ ଅନ୍ତେବାସୀ ମାନଙ୍କ ଠାରୁ ଜାଣିବାକୁ ପାଇଲେ ଯେ ଅନେକ ଅନ୍ତେବାସୀମାନଙ୍କର ଆଖି ନ ଦେଖାଯିବା, କାନ ନ ଶୁଣିବା, ବିଧବା ଭତ୍ତା ନ ମିଳିବା ଇତ୍ୟାଦି ଅନେକ ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ | ତାପରେ ପ୍ରାଧିକରଣର ସଚିବ, ମାତୃଶକ୍ତିର ସୁପରିଟେଣ୍ଡକୁ ସମସ୍ୟା ବିଷୟରେ ଲିଖିତ ଚିଠି ଆକାରରେ ପଠାଇବାକୁ ଜଣାଇଥିଲେ । ସୁପରିଟେଣ୍ଡ ଶ୍ରୀ ରାଓ ଚିଠି ଆକାରରେ ସଚିବଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବା ପରେ ସଚିବ ଶ୍ରୀମତୀ ପଣ୍ଡା ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଏକ ଚିଠିରେ ମାଧ୍ୟମରେ ଏକ ସ୍ୱାସ୍ଥ୍ୟ ଶିବିର ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ କରିବା ପାଇଁ ଅନୁରୋଧ କରିଥିଲେ।ପ୍ରାଧିକରଣ ଚିଠିକୁ ଅନୁସରଣ କରି ଆଜି ମେଡିକାଲ ଟିମ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.