ଆଜାଦ୍ ହିନ୍ଦ ୟୁଥ ଆସୋସିଏସନର ବିଶେଷ କାର୍ଯ୍ୟକ୍ରମ

‘ରାୟଗଡା ଜିଲ୍ଳାର ଦାରିଦ୍ରତା’ ଆଲୋଚନାଚକ୍ର ଓ ‘କବିତା ଆସର’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ ରାୟଗଡା ଆନୁକୂଲ୍ୟରେ ତିନୋଟି ଅଧିବେସନରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେସନରେ ‘ରାୟଗଡା ଜିଲ୍ଳାର ଦାରିଦ୍ରତା’ ଶୀର୍ଷକ ଏକ ଆଲୋଚନା ଚକ୍ର ସଂପର୍କରେ ଆସୋସିଏସନର ସଂପାଦକ ବିନାୟକ କର ସୂଚନା ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତତ୍‌ପରେ ଆଲୋଚନା ଚକ୍ର ବିଷୟରେ ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଆଲୋକପାତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବବିଲତା ସରାଫ, ଡ.ମାନସୀ ମହାନ୍ତି, ପି.ଅରୁଣ କୁମାର, ଡ.ସୁଧା ନାୟକ, ଡ.ଗୈାରାଙ୍ଗ ନାୟକ ତଥା ବିଶ୍ୱଭୂଷଣ ମିଶ୍ର ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିବା ବେଳେ ରବି ଶତପଥି ଧନ୍ୟବାଦ ଅର୍ପଣ ମୂଳକ ପ୍ରଥମ ଅଧିବେସନ ସମାପ୍ତ ହୋଇଥିଲା ।

Udyog Nursery
Udyogi Nursery

ସେହିପରି ଦ୍ୱିତୀୟ ଅଧିବେସନ ‘ସାହିତ୍ୟ ଆସର’ରେ କବିତା ପାଠ ନିମନ୍ତେ ନୀଳମଣି ପାଟ୍ଟଯୋଶୀ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ସୁଶାନ୍ତ ନାୟକ ଯୋଗ ଦେଇଥିବା ବେଳେ କବିୟତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ଦେବୀ, ଡ.ଅର୍ଚ୍ଚନା ପଟ୍ଟନାୟକ, ଲୋକନାଥ ପଣ୍ଡାଙ୍କ ସହ ଅନେକ କବି/କବିୟତ୍ରୀ କବିତା ପାଠ ସହ କବିତା ସଂପର୍କରେ ଆଲୋଚନା କରାଯାଇଥିଲା ।

ପରିଶେଷରେ ତୃତୀୟ ଅଧିବେସନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂପାଦକ ଶ୍ରୀ କର ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଳ କୁମାର ପରିଡା,ମିହିର କୁମାର ପଣ୍ଡା, ଜିତେନ୍ଦ୍ର କୁମାର ରେଡ୍ଡି, ଅରୁଣ କୁମାର ପାଣିଗ୍ରାହୀ, ବୈାମକେଶ ମହାନ୍ତି, ସୁରଜ ସ୍ୱାଇଁ, ପ୍ରଶାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.