ସିଏସପି ପ୍ଲସରେ ଅଗ୍ରାଧିକାର ଭାବେ ନିଯୁକ୍ତି ଦାବୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୀର୍ଘ ୧୦ବର୍ଷ ହେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ର ଗୁଡିକ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି। ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଏଜେଣ୍ଟମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା କାଳିଆ, ମଧୁବାବୁ ପେନସନ, ପିଏମ୍ କିଶାନ, ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଯୋଜନାରେ ଶ୍ରମିକଙ୍କୁ ଅର୍ଥ ପ୍ରଦାନ ଆଦି କାର୍ଯ୍ୟ କରି ଆସୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟାଏ ଲେଖାଏଁ ସିଏସପି ପ୍ଲସ କେନ୍ଦ୍ର ଖୋଲି ବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ବ୍ୟାଙ୍କ ଦ୍ଵାରା ପରଚାଳିତ ଗ୍ରାହକ ସେବାକେନ୍ଦ୍ରର ବ୍ୟବସାୟ ପ୍ରଭାବିତ ହେବାକୁ ଯାଉଛି । ଏଠାରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ କର୍ମ ସଂସ୍ଥାନ ହରାଇବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ସରକାଙ୍କ ଦ୍ଵାରା ଖୋଲା ଯିବାକୁଥିବା ଏହି କେନ୍ଦ୍ରରେ ସିଏସପି କେନ୍ଦ୍ର ପରିଚାଳକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ଆଜି କୋକସରା ବ୍ଲକ ସିଏସପି ସଂଘ ପକ୍ଷରୁ, ଶରତ କୁମାର ଦାସ ଦେବେଶ୍ୱର ଶବର, ମନ୍ମଥ ଦାସ, ମକୁନ୍ଦ ମାଝୀ, ସୋମେଶ୍ୱର ନାଏକ, ବିଭୁତି ଭୂଷଣ ମାଝୀ, ନାରାୟଣ ରାଉତ, କ୍ଷମା ଶତନାମୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ କୋକସରାଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତରେ ଉପାଧ୍ୟକ୍ଷ କୋକସରା ରାଜୀବ ଅଗ୍ରୱାଲ, କୋକସରା ଏସବିଆଇ ଶାଖା ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.