ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାର ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ନିର୍ବାଚନ ପୂର୍ବରୁ ରେଞ୍ଜ ବଦଳିରେ ବହୁ ଇନ୍ସପେକ୍ଟର କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଛନ୍ତି। ଭବାନୀପାଟଣା ଟାଉନ ଥାନାରେ ଯଶୋବନ୍ତ କୁମାର ହିଆଲ, ଭବାନୀପାଟଣା ସଦର ଥାନାରେ ନରେଶ ପ୍ରଧାନ, କେଗାଁ ଥାନାରେ ମୁକୁନ୍ଦ ଦେବ ନାଏକ, ନର୍ଲା ଥାନାରେ ଗଙ୍ଗାଧର ମେହେର, ଥୁଆମୂଳ ରାମପୁର ଥାନାରେ କୈବଲ୍ୟ ସେଠ, ସାଇବର ଥାନାରେ ସ୍ନିଗ୍ଧାରାଣୀ ସୁନା, କେସିଙ୍ଗା ଥାନାରେ ପ୍ରଦ୍ୟୁମ୍ନ ମହାପାତ୍ର, ମଦନପୁର ରାମପୁର ଥାନାରେ ସୁଦର୍ଶନ ନାଏକ, ବିଶ୍ଵନାଥପୁର ଥାନାରେ ମମତା ହେମ୍ବ୍ରମ, ଲାଞ୍ଜିଗଡ଼ ଥାନାରେ ବିଜୟଲକ୍ଷ୍ମୀ ହିକକା, ବିଜେପୁର ଥାନାରେ ରଘୁନାଥ ମାଝୀ, ଜୁନାଗଡ଼ ଥାନାରେ ଶେଷଦେବ ବେହେରା, ଧର୍ମଗଡ଼ ଥାନାରେ ଦାମୋଦର ବିହାରୀ, ଗୋଲାମୁଣ୍ଡା ଥାନାରେ ଶ୍ଵତପଦ୍ମା ସେଠ, କୋକସରା ଥାନାରେ ରନିତାରାଣୀ ପ୍ରଧାନ,ଆମପାଣି ଥାନାରେ ଉଲ୍ଲାସ ଚନ୍ଦ୍ର ରାଉତ, ଜୟପାଟଣା ଥାନାରେ ମମତା ପାଣିଗ୍ରାହୀ, କଲମପୁର ଥାନାରେ ଜିତେନ୍ଦ୍ର ବିଶ୍ଵାଲ, କର୍ଲାପାଟ ଥାନାରେ ବିଜୟରାଜ ମାଝୀ, ଡିସିଆରବିରେ ନିଳାମ୍ବର ଜାନୀ ପ୍ରମୁଖ ଯୋଗ ଦେଇଛନ୍ତି। ସମସ୍ତ ଥାନାରେ ନୂତନ ଥାନା ଅଧିକାରୀ ଯୋଗଦେବା ଘଟଣା ସାଧାରଣରେ ଚର୍ଚ୍ଚର ବିଷୟ ହୋଇଛି।




