ବିଧାୟକଙ୍କୁ ସମାଲୋଚନା କଲେ ସଚିବ, ନିନ୍ଦାକଲେ ପିସିସି ସଭାପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳପିର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମାଲୋଚନା କଲେ ଫାଇଭ ଟି ସଚିବ । ଏହାକୁ ନିନ୍ଦନୀୟ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।  ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ ପ୍ରତିକ୍ରିୟା ରଖି କହିବାକୁ ନିନ୍ଦା କରିଛନ୍ତି ଶରତ। ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗଣତନ୍ତ୍ର ନାମରେ ଚାଲିଥିବା ଏହି ଏକଛତ୍ରବାଦ ଶାସନକୁ କଡା ନିନ୍ଦା କରୁଛନ୍ତି ବୋଲି କହିଛନ୍ତି।

Omkar Vasthu
Omkar Vasthu

ସେହିପରି  ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ବିବେକ ବିହାର ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ବୈଠକରେ ଯୋଗଦେବା ପାଇଁ କିଏ ଅନୁମତି ଦେଇଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ସେହିପରି ଏସବିଆର ମହିଳା କଲେଜର ଛାତ୍ରୀ ସନ୍ଧ୍ୟା ସେଠୀ ନାମକ ଆୟୋଜନ ସ୍ଥଳକୁ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

The post ବିଧାୟକଙ୍କୁ ସମାଲୋଚନା କଲେ ସଚିବ, ନିନ୍ଦାକଲେ ପିସିସି ସଭାପତି first appeared on Odia News.

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.