ନାରୀ ଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ଼ଃ. ପଦ୍ମା ଯଶବନ୍ତ ଓ ତେଜସ୍ୱନୀ ପେଡେଣ୍ଟି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସାମାଜ ତଥା ଆଖପାଖ ଅଞ୍ଚଳର ଉନ୍ନତି ଏବଂ ବିକାଶ ପାଇଁ ଜେକେ କାଗଜ କଳ ନିରନ୍ତର ଚେଷ୍ଟା କରି ଆସୁଅଛି। ଏହି ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୨୪ରେ ଚେନ୍ନାଇର ଅନୁଷ୍ଠିତ ହୋଇଥିବା ଜେକେ ଗ୍ରୁପ୍ ର ମାନବ ସମ୍ବଳ ପ୍ରବନ୍ଧ ସମ୍ମିଳନୀରେ ଜେକେ ଅର୍ଗାନାଇଜେସନ ତରଫରୁ ଡାଃ ପଦ୍ମା ୟଶବନ୍ତ, ବରିଷ୍ଠ ଭେଷଜ ବିଶେଷଜ୍ଞ, ମେଡିକାଲ ସେଣ୍ଟର, ଜେକେ ଡିସ୍ପେନ୍ସାରି ଓ ତେଜସ୍ବୀନି ପେଦେଣ୍ଟି, କନିଷ୍ଠ କ୍ୱାଲିଟି ଅଫିସରଙ୍କୁ ସେମାନଙ୍କ ସାମାଜ ପ୍ରତି କର୍ତ୍ତବ୍ୟ ନିଷ୍ଠା, ଏକାଗ୍ରତା ଓ ଦୀର୍ଘ ଦିନର ପରିଶ୍ରମ ନିମନ୍ତେ “ନାରୀଶକ୍ତି ସମ୍ମାନ” ପ୍ରଦାନ କରାଯାଇଥିଲା। ଯାହାକି ସମସ୍ତଙ୍କ ପାଇଁ ଉଦାହରଣ। ଡାଃ ପଦ୍ମା ବିଗତ ୧୯ ବର୍ଷ ଧରି ସୂଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସହିତ “କେୟାର ଫର୍ ଲାଇଫ” ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ଲୋକଙ୍କର ସ୍ଵାସ୍ଥ୍ୟବସ୍ଥା ଉନ୍ନତି ନିମନ୍ତେ ସ୍ୱାସ୍ଥ୍ୟ ଶିବିର, କିଶୋରୀ ବାଳିକା ସଚେତନତା ଶିବିର, ଏନିମିୟାଁ ନିରାକରଣ ନିମନ୍ତେ ନିଶୁଳ୍କ ସେବା ପ୍ରଦାନ କରି ଆସୁଛନ୍ତି। ଏହି ନାରୀ ଶକ୍ତି ସମ୍ମାନ ପାଇଁ ଜେକେ କାଗଜ ଅନୁଷ୍ଠାନ ତରଫରୁ ମନୋନୀତ କରାଯାଇ ପୁରଷ୍କୃତ ହୋଇଛନ୍ତି । ସେହି ଭଲି ଭାବରେ ତେଜସ୍ବୀନି ପେଦେଣ୍ଟି ନିକଟରେ ଥିବା ବଡ ଚାନ୍ଦିଲି ଗ୍ରାମର ଆଦିବାସୀ ଯୁବତୀ, ଜେକେ କାଗଜ କଳର କ୍ୱାଲିଟି କଣ୍ଟ୍ରୋଲ ରେ କନିଷ୍ଠ ଅଫିସର, ନାରୀ ଶକ୍ତି ସମ୍ମାନ ପାଇଁ ମନୋନୀତ ହୋଇ ଡିଇଆଇ ଆଲି ପୁରସ୍କାର ପ୍ରାପ୍ତ କରିଛନ୍ତି । ଜେକେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ସହାୟତା ରେ ପ୍ରଡ୍ୟୁସର ଗ୍ରୁପ କରି ବାଉଁଶ ରେ ଅଳଙ୍କାର ତିଆରି କରିବା ତାଲିମ୍ ଗ୍ରହଣ କରିଥିଲେ ଓ ନିଜକୁ ଏକ ଉଦ୍ୟୋଗୀ ଭାବେ ଗାଁ ର ଅନ୍ୟ ବାଳିକା ମାନଙ୍କ ପାଇଁ ପ୍ରେରଣା ସାଜିଥିଲେ ଓ ନିଜକୁ ଜଣେ ଯୁବ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି। ତାଙ୍କ ଦ୍ଵାରା ନିର୍ମିତ ଏହି ବାଉଁଶ ରେ ତିଆରି ଅଳଙ୍କାର ପ୍ରାଦେଶିକ ତଥା ଜାତୀୟ ସ୍ତରରେ ରେ ଖ୍ୟାତି ଲାଭ କରି ପାରିଛି ତେଣୁ ତାଙ୍କୁ ଜେକେ ଅନୁଷ୍ଠାନ ତରଫରୁ ଗତ ଅଗଷ୍ଟ ୨୪ରେ ଚେନ୍ନାଇର ରେଡିସନ ବ୍ଲୁ ହୋଟେଲ୍ ରେ ସମ୍ମାନିତ କରାଯାଇଥିଲା। ଏହି ସମ୍ବାଦ ପ୍ରାପ୍ତ ପରେ ଜେକେ କାଗଜ କଳ, ଜେକେପୁରରେ ଖୁସିର ଲହରି ଖେଳି ଯାଇ ଥିଲା। ଏହି ଦୁଇ ବିଜୟୀନୀ, ଜେକେ କାଗଜ କଳର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ଵିବେଦୀଙ୍କୁ ଓ ସାମାଜିକ ଦାୟିତ୍ଵ ବୋଧ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଦ୍ଵିବେଦୀ ମଧ୍ଯ ଉଭୟଙ୍କୁ କାଗଜ କଳ ତରଫରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.