ଅମାଠଗଡ଼ର ଗୁପ୍ତେଶ୍ୱର ମହାଦେବ ମନ୍ଦିର ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ନୁନମାଠ ପଞ୍ଚାୟତର ଅମାଠଗଡ଼ର ଐତିହାସିକ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ପୀଠ ଏକ ପ୍ରାଚୀନ ଶୈବପୀଠ ଯାହା ଏକ ଉନ୍ନତ ସଭ୍ୟତା ଓ ଐତିହ୍ୟର ପ୍ରମାଣ ଦିଏ। ଶନିବାର ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ଅମାଠଗଡ଼ର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟି ସଭାପତି, ଉପଦେଷ୍ଟା ଏବଂ ସଦସ୍ୟ ମାନଙ୍କ ସହ ଏହାର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ଏହି ଐତିହାସିକ ପୀଠର ବିକାଶ ପାଇଁ ୫-ଟି ସଚିବ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନୁନମାଠ ସରପଞ୍ଚ ପ୍ରେମଲାଲ ଭୋଇ, ମନ୍ଦିର କମିଟି ସଭାପତି ଧୃବ ଚରଣ ପଟ୍ଟନାୟକ, ଉପଦେଷ୍ଟା ଅନିଲ କୁମାର ଭୋଇ, ସମ୍ପାଦକ କାର୍ତ୍ତିକ ରଣା, ଉପ ସଭାପତି କିଶୋର ଚନ୍ଦ୍ର ଭୋଇ, କମିଟି ସଦସ୍ୟ ସୁଦାମ ସାହୁ, ଦିଗାମ୍ବର ବେହେରା , ମିତ୍ରସେନ ଭୋଇ, କେସିଙ୍ଗା ବ୍ଳକ ଛାତ୍ର ବିଜେଡ଼ି ସଭାପତି ସୁଭେନ୍ଦୁ ସାହୁ, ଚୁଡ଼ାମଣି ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.