ଉତ୍କଳ ଆଲୁମିନା ପକ୍ଷରୁ ୬୦ଟି ସଡକ ସୁରକ୍ଷା ବ୍ୟାରିୟର ପ୍ରଦାନ

ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ଜିଲ୍ଲା ପୋଲିସ ପ୍ରଶାସନକୁ ହସ୍ତାନ୍ତର

ପ୍ରଶଂସା କଲେ ଜିଲ୍ଲା ଏସପି ବିବେକାନନ୍ଦ ଶର୍ମା

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): କାରଖାନା ଏବଂ ଖଣିଗୁଡିକ ଚତୁର୍ପାଶ୍ୱର୍ରେ ବାସ କରୁଥିବା ଗୋଷ୍ଠୀଗୁଡିକର ନିରାପତ୍ତା ଦିଗରେ ନିଜର ଦୃଢ ଉତ୍ସର୍ଗୀକୃତ ଭାବକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ଚଳିତ ମାସ ୨୨ ତାରିଖରେ ରାୟଗଡା ଜିଲ୍ଲା ପୋଲିସ ପ୍ରଶାସନକୁ ଏକ ମହତ୍‍ ପ୍ରୟାସ ଭାବରେ ୬୦ଟି ସଡକ ସୁରକ୍ଷା ବ୍ୟାରିୟର ହସ୍ତାନ୍ତର କରିଛି । ଏହି ସଡ଼କ ସୁରକ୍ଷା ବ୍ୟାରିୟରଗୁଡିକ ଯାନବାହନଗୁଡିକର ବେଗ ହ୍ରାସ କରିବା ସହିତ ଅପ୍ରତ୍ୟାଶିତ ଦୁର୍ଘଟଣା ଏବଂ ସଡ଼କପାଶ୍ୱର୍ ବିପଦକୁ ହ୍ରାସ କରିପାରିବ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉତ୍କଳ ଆଲୁମିନା ୟୁନିଟ୍‍ ହେଡ ଓ ପ୍ରେସିଡେଣ୍ଟ ମଜହର ବେଗ୍‍, ୟୁନିଟ ଏଚ୍‍ଆର ହେଡ୍‍, ଉତ୍କଳ ଆଲୁମିନା ବିଜୟ କୁମୁରା, ଆଇଆଇସି ଦୋରାଗୁଡା ଶ୍ରୀମତୀ କିରଣବାଳା ସାମଲଙ୍କ ସମେତ ଦୋରାଗୁଡା ଏବଂ ଟିକିରି ଥାନାର ଅଧିକାରୀବୃନ୍ଦ ଏବଂ ଉତ୍କଳ ଆଲୁମିନାର କାର୍ଯ୍ୟକର୍ତ୍ତାଗଣଙ୍କ ଉପସ୍ଥିତିରେ ଏହି ସଡ଼କ ବ୍ୟାରିୟରଗୁଡିକ ଉତ୍କଳ ଆଲୁମିନା ପକ୍ଷରୁ ପୋଲିସ ପ୍ରଶାସନକୁ ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

“ଉତ୍କଳ ଆଲୁମିନା ଏହାର ପରିସୀମା ଭିତରେ ଏବଂ ବାହାରେ ଦମ୍‍ଦାର ନିରାପତ୍ତା ସଂସ୍କୃତି ବଜାୟ ରଖିବା ନିମନ୍ତେ ଏହାର ପ୍ରତିବଦ୍ଧତାରେ ଅବିଚଳିତ ରହିଛି ଏବଂ ଜିଲ୍ଲାର ସମସ୍ତ ନାଗରିକଙ୍କ ନିମନ୍ତେ ସଡ଼କ ନିରାପତ୍ତା ଲକ୍ଷ୍ୟ ହାସଲ କରିବା ପ୍ରୟାସରେ ଜିଲ୍ଲା ପ୍ରଶାସନକୁ ସମସ୍ତ ସମର୍ଥନ ଯୋଗାଇବା ଜାରି ରଖିବ,” ବୋଲି ଉତ୍କଳ ଆଲୁମିନାର ୟୁନିଟ୍‍ ହେଡ ତଥା ପ୍ରେସିଡେଣ୍ଟ ଉଲ୍ଲେଖ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉତ୍କଳ ଆଲୁମିନାକୁ ଏହି ମହତ୍‍ କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ ଏବଂ କମ୍ପାନୀ ତାହାର ସିଏସ୍‍ଆର କାର୍ଯ୍ୟକ୍ରମ ଜରିଆରେ ନିରାପତ୍ତା ଉପରେ ଆହୁରି ଅନେକ ପ୍ରୟାସ ହାତକୁ ନେବାକୁ ଅନୁରୋଧ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.