ଲଦାଖରେ ୨୪ ଜିତିବା ଗ୍ୟାରେଣ୍ଟି ଦେଲେ, ଏବେ ଶ୍ରୀନଗରରେ ହାଉସବୋଟରେ ରାହୁଲ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନିଜର ଲଦାଖ ଗସ୍ତ ସାରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିଛନ୍ତି। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଆସି ରାହୁଲ ପହଂଚିବା ପରେ ମା ସୋନିଆ ଗାନ୍ଧୀ ମଧ୍ୟ ଶ୍ରୀନଗରରେ ପହଂଚିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ୧୭ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଲମ୍ବା ସମୟ ଧରି ଲଦାଖ ଗସ୍ତରେ ଥିବା ରାହୁଲ ଗାନ୍ଧୀ ବିଜେପି ଆରଏସଏସ ଉପରେ ବର୍ଷିବା ସହ ଲୋକଙ୍କ ସହ ମିଶିଥିଲେ। ରାହୁଲଙ୍କ ଫୁଟବଲ ଖେଳ ଦେଖିବା ଠାରୁ ଆରମ୍ଭ କରି ବାଇକ ଚଳାଇବା ଆଦିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ରାହୁଲଙ୍କ କାର୍ଗିଲ ଗସ୍ତ, ପୂର୍ବତନ ସେନା ଅଧିକାରୀଙ୍କୁ ଭେଟିବା ଓ ଚୀନ ସମ୍ପର୍କିତ ମନ୍ତବ୍ୟ ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଥିଲା। ଏବେ ଲଦାଖ ଗସ୍ତ ସାରି ଶ୍ରୀନଗର ଆସିଥିବାବେଳେ ସୋନିଆ ଗାନ୍ଧୀ ମଧ୍ୟ ସେଠାରେ ପହଂଚିଛନ୍ତି। ସେଠାରେ ରାହୁଲ ନିଗିନ ହ୍ରଦରେ ଏକ ହାଉସ ବୋଟରେ ରହୁଥିବାରୁ ସୋନିଆ ଏକ ବୋଟ ମାଧ୍ୟମରେ ନିଗିନ ହ୍ରଦ ଯାଇଛନ୍ତି। ଏହାକୁ ଏକ ବ୍ୟକ୍ତିଗତ ଗସ୍ତ ବୋଲି କୁହାଯାଉଛି। ଜାମ୍ମୁ କାଶ୍ମୀର ହେଉଛି ତାଙ୍କ ଘର, ସେ ଏହି ମାଟି ଓ ଲୋକଙ୍କୁ ଭଲ ପାଆନ୍ତି ତେଣୁ ଏହା କୌଣସି ରାଜନୈତିକ ଗସ୍ତ ନୁହେଁ ବୋଲି ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭିକାର ରସୁଲ ୱାନି କହିଛନ୍ତି। ରାହୁଲ ଶୁକ୍ରବାର ରାତିରେ ଶ୍ରୀନଗରରେ ପହଁଚିଥିବା ବେଳେ ସୋନିଆ ଶନିବାର ସେଠାରେ ପହଂଚିଛନ୍ତି। ଏପରିକି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେମାନଙ୍କ ସହ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।ଦଳୀୟ ନେତା ମାନେ ଏହାକୁ ପାରିବାରିକ ଗସ୍ତ କହୁଥିଲେ ମଧ୍ୟ ଗୋଟିଏ ସ୍ଥାନରେ ଗାନ୍ଧୀ ପରିବାର ଏକାଠି ହେଉଥିବାରୁ ଏହାକୁ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି। ଆଗକୁ ଚାରୋଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ସହ ଦେଶର ସାଧାରଣ ନିର୍ବାଚନ ଆସୁଛି। ଲଦାଖ ଗସ୍ତ ବେଳେ ରାହୁଲ ବିଜେପିକୁ ହରାଇ ଏସବୁ ନିର୍ବାଚନ ଜିତିବା ନେଇ ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି। ଏପରିକି ଆସନ୍ତା ୩୧ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆର ମୁମ୍ବାଇରେ ବୈଠକ ମଧ୍ୟ ଅଛି। ତେଣୁ ତା ପୂର୍ବରୁ ଗାନ୍ଧୀ ପରିବାର ଶ୍ରୀନଗରରେ ଏକାଠି ହେବା ଚର୍ଚ୍ଚାକୁ ଆହୁରି ରୋଚକ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.