ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ କ୍ଳଷ୍ଟର ପରଜା ନାଗଫେଣୀ ଠାରେ କ୍ଳଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ବଡ଼ କର୍ଲାକୋଟ ସିଆରସିସି ସିଦ୍ଧାର୍ଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ କ୍ଳଷ୍ଟର ସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସୂରେନ୍ଦ୍ର ମୋହନ ଯୋଶୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜୟପାଟଣା ବ୍ଲକ ଶିକ୍ଷକ ସଂଘ ର ସମ୍ପାଦକ ଲଲିତ କୁମାର ନାଏକ, ଶୋଭାରାମ ଜାଲ, ବିଶ୍ବନାଥ ପାଢ଼ୀ, ଦେବେନ୍ଦ୍ର ଶବର ପ୍ରମୁଖ ମଞ୍ଚାସିନ ଥିଲେ।

ବରିଷ୍ଠ କିରାଣି ଦେବେନ୍ଦ୍ର ଶବର ସେକ୍ସନ ଅଧିକାରୀ ଭାବରେ ପଦୋନ୍ନତି ପାଇ କଲମପୁର ବ୍ଲକ କୁ ବଦଳି ହୋଇ ଯାଇ ଥିବାରୁ ଶିକ୍ଷକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ଦେବେନ୍ଦ୍ର ଶବର ଜୟପାଟଣା ବ୍ଲକ ବହୁତ ଦିନ କାର୍ଯ୍ୟରତ ରହି ଶିକ୍ଷକ ମାନଙ୍କର ସେବା କରିଥିବା ଯୋଗୁଁ ବୈଠକରେ ଭୁୟସୀ କରାଯାଇଥିଲା।

ବିଦାୟୀ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ବ୍ଳକ ତରଫରୁ ଜିଲ୍ଲା ଗୁରୁ ଦିବସ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଭାବେ ସମ୍ମାନିତ କରାଯିବା ପାଇଁ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ପରେ କ୍ଳଷ୍ଟର ତରଫରୁ ଶ୍ରୀ ବେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଶିକ୍ଷକ ଟିକେ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତପନ ସାହୁ, ସେବକ ବାରିକ, ଗୋପଗଞ୍ଜନ ବେଣୁପାଣୀ ଅମୁଲ୍ୟ ସାହୂ, ମନସ୍ବିନୀ ଦିଶାରୀ, ପରମାନନ୍ଦ ପଟେଲ, ନରସିଂହ ସାହୁ ପ୍ରମୁଖ ସହଯୋଗ କରିଥିଲେ।






