ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତର କନ୍ଦାଗଡ଼ କାଳୀକୃଷ୍ଣ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଶାଖା ଗୃହଠାରେ ଏକ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜୟପୁର, କାଳୀକୃଷ୍ଣ ମୁଖ୍ୟ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦ ଜୀ ଯୋଗଦେଇ ନିଶାର କୁପ୍ରଭାବ ଉପରେ ଆଲୋକପାତ କରିବା ସହ ଯୁବ ସମାଜକୁ ନିଶା ଠାରୁ ଦୂରେଇ ରହିବା, ଆଧ୍ୟାତ୍ମିକ ସଚେତନତା ଏବଂ ଯୁବପିଢୀକୁ ଭଲ ରାସ୍ତାରେ ଯିବାପାଇଁ ପରାମର୍ଶ ଦେଇଥିଲେ। ସଚେତନତା କାର୍ଯ୍ୟକ୍ରମରେ ଖଇରବାଡି, ବାବେକୋହରା, ବଡକେନ୍ଦୁଗୁଡା ଆଦି ଶାଖା ସହିତ ଆମପାଣି ବୁଢ଼ରଜା ସେନାର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। କଳାହାଣ୍ଡି ମୁଖ୍ୟ ଶାଖାରୁ ପ୍ରିୟନନ୍ଦ, ଜିତେନ୍ଦ୍ର ପଣ୍ଡା, ପତନ ନାଏକ, ସୋନୁ କୁମାର ଅଗ୍ରୱାଲ, କାଳୀକୃଷ୍ଣ ସଂଘର ସମ୍ପାଦକ ତନୁକଲାଲ ନାଗ, ଗୋବିନ୍ଦ ମାଝୀ, ଭୋଲାନାଥ ମାଝୀ, ଭାସ୍କର ଦଣ୍ଡସେନା, ମନୋରଞ୍ଜନ ବାଣୁଆ, ଶବର ଚଲାନ, ରାମ ତିୱାରୀ, ତପନ ପାଠୀ ସମେତ ଜୟପୁର ଶାଖା ମନ୍ଦିରରୁ ମଧ୍ୟ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ।