ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସତ୍ୟସାଇ ଦିବ୍ୟ ପାଦୂକା ଯାତ୍ରା ଉପଲକ୍ଷେ ଜୟପାଟଣା ସତ୍ୟସାଇ ସେବା ସମିତି ନୂଆଗୁଡା ଭଜନ କେନ୍ଦ୍ର ଓ କୋକସରା ବ୍ଳକର ଆଇଁଳି ଭଜନ ମଣ୍ଡଳୀ ଆନୁକୂଲ୍ୟରେ ନୂଆଗୁଡ଼ା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସ୍ବେଛାକୃତ ଭାବେ ୪୨ଜଣ ରକ୍ତଦାନ କରିଛନ୍ତି। ଶିବିରରେ ଭବାନୀପାଟଣା ରକ୍ତ ଭଣ୍ଡାରରୁ ଏକ ଟିମ୍ ଆସି ରକ୍ତ ସଂଗ୍ରହ କରିଥିଲେ। ନୂଆଗୁଡ଼ା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଅଧିକାରୀ ଡ଼. ଅଜିତ ମହାନ୍ତି, ଫାର୍ମାସିଷ୍ଟ ବିଶ୍ବମୋହନ ବେହେରା ଯୋଗଦେଇ ଥିଲେ। ଶିବିରରେ ସତ୍ୟସାଇ ଜିଲ୍ଲା ରକ୍ତ ସଂଯୋଜକ ରଞ୍ଜିତ ବେଶ୍ରା , ଜିଲ୍ଲା ସେବା ସଂଯୋଜକ ସୁବାଷ ଚନ୍ଦ୍ର ପଣ୍ଡା, ଆଦିବାସୀ ସଂଯୋଜକ ପ୍ରେମଲାଲ ସାହୁ ଓ ଜୟପାଟଣା ସମିତି ଆବାହକ ମନ୍ମଥ କୁମାର ପାଢ଼ୀ, ସୁବ୍ରତ କୁମାର ସ୍ବାଇଁ, ଧର୍ମେନ୍ଦ୍ର କୁମାର ନାଏକ, କୁଞ୍ଜବିହାରୀ ସାହୁ, କିଶୋର ଚନ୍ଦ୍ର ସାହୁ, ଫକିର ନାରାୟଣ ସାହୁ, ଜିଲ୍ଲା ସାଧନା ସଂଯୋଜକ ଧର୍ମରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।