ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ନୂଆପଡା କୁମ୍ଭାର ସମ୍ପ୍ରଦାୟ ସଂଗଠନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମହୁଲଭଟା ଠାରେ କୁମ୍ଭାର (ରଣା) ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ ଟି) ଶ୍ରେଣୀ ଭୁକ୍ତ କରିବା ପାଇଁ ସୁପାରିଶ କରିଥିବାରୁ ଓଡ଼ିଆ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୁମ୍ଭାର (ରଣା) ସମ୍ପ୍ରଦାୟ ସଂଗଠନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି | ଏ ନେଇ ଆଜି ପୂର୍ବାହ୍ନରେ ଏକ ସାମ୍ୱାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି | ଏଥିରେ କୁମ୍ଭାର (ରଣା) ସମ୍ପ୍ରଦାୟର ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ତଥା ସଦସ୍ୟ ଉପସ୍ଥିତ ଥିଲେ | ଜିଲ୍ଲା ସଭାପତି ଇନ୍ଦଲ ରାମ ରଣା, ସହ ସମ୍ପାଦକ ବିଶ୍ୱନାଥ ରଣା, କୋଷାଧକ୍ଷ ପିତାମ୍ବର ରଣା, ନୂଆପଡା ସର୍କଲ ସଭାପତି ଚକ୍ର ଧର ରଣା, ବରିଷ୍ଠ ସଦସ୍ୟ ମଧୁ ପାଣ୍ଡେ, ଲଳିତ ପାଣ୍ଡେ, ସେତରାମ ପାଣ୍ଡେ, ନୂଆପଡା ବ୍ଲକ ସଭାପତି ମଣିରାମ ପାଣ୍ଡେ, ସମ୍ପାଦକ ହିରାଉ ପାଣ୍ଡେ, ମେଲୁ ରଣା ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.