ଅବ୍ୟବସ୍ଥା ଘେରରେ ପାଲି ଗାଁ ପ୍ରାଥମିକ ବିଦ୍ୟାଳୟ: ନୂତନ କୋଠା ନିର୍ମାଣ ଦାବି

ବାରଣ୍ଡାରେ ବସି ପିଲା ପଢୁଛନ୍ତି ପାଠ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମହଦା ପଞ୍ଚାୟତ ଅନ୍ତର୍ଗତ ପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାରଣ୍ଡାରେ ଚାଲିଛି ପାଠପଢା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ୫୬ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି ।ଆଗରୁ ଥିବା କୋଠାର ଛାତ ଭାଙ୍ଗି ଯିବାରୁ ୫୬ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ପଢୁଥିବା ଜଣାପଡିଛି। କୋଠରୀ ନଥିବାରୁ ରୋଷେଇ ଗୃହରେ ଚାଲିଛି ଅଫିସ୍। ଏଠାରେ ରୋଷେଇ ଗୃହ ଓ ପାଇଖାନା ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ର ଛାତ୍ରୀ। ଛାତ୍ର ଛାତ୍ରୀ ମାନେ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବାରଣ୍ଡାରେ ପାଠ ମଧ୍ୟ ପଢୁଛନ୍ତି। ଗ୍ରାମବାସୀ ତଥା ସ୍କୁଲ କମିଟି ତରଫରୁ ବିଡିଓ, ବିଧାୟକଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ପ୍ରକାଶ କରିଛନ୍ତି। ଅତି ଶୀଘ୍ର ପ୍ରଶାସନ ଦୃଷ୍ଟି ଦେଇ ଏହି ବିଦ୍ୟାଳୟରେ ନୂତନ କୋଠା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.