ମୁଣ୍ଡୁରାଗୁଡାଠାରେ ନୂଆଖାଇ ପାଇଁ ବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ମୁଣ୍ଡୁରାଗୁଡା ପଞ୍ଚାୟତ ସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ଜୁନାଗଡ଼ ବ୍ଲକ ମୁଣ୍ଡୁରାଗୁଡାଠାରେ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ନୂଆବସ୍ତ୍ର ପରିଧାନ କରିବା ଏକ ନିଆରା ପରମ୍ପରା। ଏହି ପରମ୍ପରାକୁ ଦ୍ରୁଷ୍ଟି ରେ ରଖି ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଜିଲ୍ଲା ର କୋଣଅନୁକୋଣରେ ଅସହାୟ ବ୍ୟକ୍ତି ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଏହି କାର୍ଯ୍ୟକ୍ରମରେ ମୁଣ୍ଡୁରାଗୁଡା, ଚିଲିଗୁଡା, କଣ୍ଡରିପଦର ଓ ଗୁର୍ଜିଗୁଡା ଗ୍ରାମରୁ ଶତାଧିକ ଗରିବ, ଅସହାୟ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ଅତିଥି ମାନଙ୍କ ଦ୍ୱାରା ବସ୍ତ୍ର ବଣ୍ଟନ କରାଯାଇଛି। ସଂଗଠନର ସଭାପତି ବିରଜା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ଯୋଗଦେଇଥିବା ବେଳେ ମୁଣ୍ଡୁରାଗୁଡା ସରପଞ୍ଚ ତାରାଶଙ୍କର ରାୟଗୁରୁ, ବ୍ରୁନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସଂପାଦକ ଅକ୍ଷୟ କୁମାର ଦାସ, ଆଇନଜୀବୀ ରଶ୍ମିଲତା ପାଢ଼ୀ, ଦାସିଗାଁ ରାଜସ୍ବ ନୀରିକ୍ଷକ ହିମାଂଶୁ ଶେଖର ପଣ୍ଡା, ଶିକ୍ଷାବିତ ଧିରେନ୍ଦ୍ର କୁମାର ମେହେର, ସମାଜସେବୀ ସଂଜୀବ ଠାକୁର, ସାମ୍ବାଦିକ ବିଭୁ ପ୍ରସାଦ ପାଢ଼ୀ, ନାରୀନେତ୍ରୀ ପାର୍ବତୀ ରଣା ପ୍ରମୂଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।

Udyog Nursery
Udyogi Nursery

ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଷ୍ଠୀ ସହାୟିକା ରେନୁକା ଭାଟି, ସସ୍ମିତା ନାଏକ, କାର୍ଯ୍ଯକାରୀ ସଭ୍ୟା ପ୍ରମିଳା ଶବର ଓ ଜନନୀ ପଟେଲ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ନେପୁର ନାଏକ ଓ ବିନୋଦିନୀ ପଟେଲ ପରିଚାଳନା କରିଥିବାବେଳେ ଏମ୍ ବି କେ ସୁନିତା ବିହାରୀ ଅତିଥି ପରିଚୟ ଓ ବ୍ୟାଙ୍କ ମିତ୍ର ପ୍ରମୋଦିନୀ କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନାରୀନେତ୍ରୀ ସ୍ବର୍ଣ୍ଣଳତା ନାଏକ ଧନ୍ଯବାଦ ଅର୍ପଣ କରିଥିଲେ। ବସ୍ତ୍ର ବଣ୍ଟନ ପରିଚାଲନାରେ ଦାମୋଦର ପଟେଲ, ମଦନ ପଟେଲ, ଶୁଭେନ୍ଦ୍ର ବାଗ, ସଞ୍ଜୟ ସୁନାନୀ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.