ସୌଜନ୍ୟ ସାଂସ୍କୃତିକ ସମାରୋହରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ
କଳାହାଣ୍ଡି:୨୬/୫: କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ସୌଜନ୍ୟ ସାଂସ୍କୃତିକ ସମାରୋହ ଅବସରରେ ଆଜି ଦୁର୍ଗାମଣ୍ଡପ ଠାରେ ଏକ ମନୋଜ୍ଞ କବି ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ବରିଷ୍ଠ କବି ତଥା ଶିକ୍ଷାବିତ ବସନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀରର କବି ରାସରାଜ ଅଚ୍ୟୁତାନନ୍ଦ ପୁରୋହିତ, ମୁଖ୍ୟବକ୍ତା କବି ସନ୍ତୋଷ କୁମାର ଶତପଥୀ, ସମ୍ମାନୀତ ବକ୍ତା କବି ସନ୍ତୋଷ କୁମାର ରଥ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଂଚ ଚିରଂଜିବୀ ଗୌଡ଼ିଆ, କବି ଗୀତାଞ୍ଜଳୀ ମହାନ୍ତି ଯୋଗଦେଇଥିଲେ । କବିତା ଆସରକୁ ସଂଯୋଜନା କରିଥିଲେ କବି ଭାଗିରଥୀ ସିଂହ,ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ହେମନ୍ତ ସାହୁ । ଏହି ଅବସରରେ ସୌଜନ୍ୟ ସାହିତ୍ୟ ସମ୍ମାନରେ କବି ମୋହନ କୁମାର ଭଟ୍ଟ ଓ ସୌଜନ୍ୟ ଶିଶୁ ପ୍ରତିଭା ସମ୍ମାନ ଝରଣା ପ୍ରଧାନୀଙ୍କୁ ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଡ଼ିଲେଶ୍ୱର ରଣା ଓ ଭାଗିରଥୀ ସିଂହ ।

ବରିଷ୍ଠ କବି ସୋହନଲାଲ ଅଗ୍ରୱାଲ ଅନୁଷ୍ଠାନର ସଭାପତି ଅରୁଣ ପ୍ରଧାନୀ ଙ୍କୁ ପାଠାଗାର ନିମନ୍ତେ ପୁସ୍ତକ ପ୍ରଦାନ କରିଥିଲେ । ଅନୁଷ୍ଠିତ କବିତା ପାଠୋତ୍ସବରେ ବରିଷ୍ଠ କବି ସୋହନଲାଲ ଅଗ୍ରୱାଲ, ଅଶୋକ କୁମାର ଖମାରୀ, ମାନସ ରଂଜନ ପ୍ରହରାଜ, ତରଙ୍ଗ ଚଣ୍ଡି, ମଧୂସୂଦନ ରାଉତ, ନରୋତ୍ତମ ପାତ୍ର, କୁଳମଣି ସିଂ, କାଶୀନାଥ ଦାଶ, ଯାଜ୍ଞସେନ ପଧାନ, ସୁଶାନ୍ତ କୁମାର ମିଶ୍ର, ଡ଼ିଲେଶ୍ୱର ରଣା ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ପୀତାମ୍ବର ଗଉଡ଼, ନୀଳକଣ୍ଠ ଦଣ୍ଡସେନା, ଓମ୍ ପ୍ରକାଶ ମାଝୀ ତଥା ସମସ୍ତ ସଭ୍ୟାସଭ୍ୟ ସହଯୋଗ କରିଥିଲେ ।
ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in






