ପୁରୁଣା ପେନସନ କାର୍ଯ୍ୟକାରୀ ଦାବୀରେ ସାରା ଭାରତ ବୁଲିଲା ଶିକ୍ଷକ ସଂଘର ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନୂତନ ପେନସନ ବନ୍ଦ କରି ପୁରୁଣା ପେନସନ କାର୍ଯ୍ୟକାରୀ ଦାବୀ ରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ( AIPTF) ର ସଚେତନ ରଥ ଆଜ ସୁବର୍ଣ୍ଣପୁର ଜିଲ୍ଲା ରେ ପହଞ୍ଚିଥିବା ବେଳେ ଏହାକୁ ସ୍ଵାଗତ କରିବା ସହ ସୋନପୁର ଓ ମନମୁଣ୍ଡା ସହର ପରିକ୍ରମl କରାଯାଇଥିଲା l ପରେ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପ ରେ ସୋନପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସର୍ବଭାରତୀୟ ସଂଘର ଉପ ସଭାପତି ରାମ ଅବତାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷକଙ୍କ ନୂତନ ପେନସନ ଯୋଜନାରେ ସରକାର ଆମକୁ ଧୋକା ଦେଇଛି ବୋଲି ମତ ରଖି ଏହାକୁ ସାରା ଭାରତ ରେ ଘୋର ବିରୋଧ କରିବୁ ବୋଲି କହିଥିଲେ l ଏବଂ ପୁରୁଣା ପେନସନ ରେ ଅବସର ପରେ ବେତନର ୫୦%. ସହ ମାହାଙ୍ଗା ଭତ୍ତା ଓ ସ୍ୱାସ୍ଥ୍ୟ ବୀମା ଭଳି ଅନେକ ସୁବିଧା ସୁଯୋଗ ରହିଛି ବୋଲି କହିଥିଲେ l ସଭା କୁ ଡ଼ଃ. ଅନିରୁଦ୍ଧ କୁରକୁରିଆ ପରିଚାଳନା କରିଥିବା ବେଳେ ସଂଘ ର ମାର୍ଗ ଦର୍ଶକ ପ୍ରଦୀପ ପୁରୋହିତ, ସୋନପୁର ସଂଘ ର ସଭାପତି ଶ୍ରୀମତୀ ଅନିତା ମେହେର ଓ ମାଲକାନଗିରି ସଭାପତି ନୀଳକଣ୍ଠ ବେହେରା ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.