୬୭ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଦଳର ମୟୁରଭଞ୍ଜ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଳକ ଜୟପୁର ସ୍ଥିତ ଜନତା ସରକାରୀ ବିଦ୍ୟାଳୟଠାରେ ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୬୭ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଆଥଲେଟିକଏସୋସିଏସନ ପକ୍ଷରୁ କଳାହାଣ୍ଡି ତିରନ୍ଦାଜ ଦଳ ଆଜି ଗସ୍ତ କରିଛନ୍ତି। ଏହି ଦଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ୩ ଗୋଟି ବିଦ୍ୟାଳୟର ତଥା ଲାଞ୍ଜିଗଡ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ ନୋଡାଲ ବିଦ୍ୟାଳୟ ଓ ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟର ୧୧ ଜଣ ବାଳିକା ଓ ୮ ଜଣ ବାଳକ ଗତ ୧୬ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ସେମାନେ ହେଲେ ଅଣ୍ଡର ୧୪ ବର୍ଷ ବିଭାଗରେ ବାଳକ ଥବିର ମାଝୀ, ରୋହିତ ମାଝୀ, ରଜନୀକାନ୍ତ ଭୋଇ ରହିଥିବା ବେଳେ ବାଳିକା ବିଭାଗରେ ଆରତୀ ମୁଣ୍ଡା, ପୁନମ ନାଏକ, ସୁପ୍ରିୟା ଦଣ୍ଡସେନା,ପାୟଲ ହରିଜନ, ତନିଶା ରାଉତ ରହିଛନ୍ତି।ସେହିପରି ଇଣ୍ଡିଆ ରାଉଣ୍ଡର ଅଣ୍ଡର ୧୭ ବର୍ଷ ବାଳକ ବିଭାଗରେ ବିକ୍ରମ ମାଝୀ, ଇଶାନ ହରପାଲ, ଦାଶରଥି ମାଝୀ, ଚନ୍ଦ୍ରକାନ୍ତ ଭୋଇ ରହିଥିବା ବେଳେବାଳିକା ବିଭାଗରେ ଜୁଲି ମୁଣ୍ଡା, ସାନୁ ମାଝୀ, ଲିଜା ଦଳପତି, ରଚନା ମାଝୀ ରହିଛନ୍ତି।ସେହିପରି ଅଣ୍ଡର ୧୭ ବର୍ଷ ରିକର୍ଭରେ ବାଳକ ବିଭାଗରେ ସୁଦର୍ଶନ ମାଝୀ ରହିଥିବା ବେଳେ ବାଳିକା ବିଭାଗରେ ଆରତୀ ମୁଣ୍ଡା, ପ୍ରିୟସା ନାଏକ ରହିଛନ୍ତି। ଏହି ଖେଳାଳି ମାନେ କୋଚ୍ ଶୀମାଞ୍ଚଳ କାଟ୍ରାକାଙ୍କ ଠାରୁ ତାଲିମପ୍ରାପ୍ତ କରିଥିବା ବେଳେ ଶୀମାଞ୍ଚଳ ବେଦାନ୍ତ ଲିମିଟେଡ଼ ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏହି ୧୯ ଜଣିଆ କଳାହାଣ୍ଡି ତିରନ୍ଦାଜ ଦଳ ଆଜି ମୟୁରଭଞ୍ଜ ଗସ୍ତ କରିଥିବା ବେଳେ ଲାଞ୍ଜିଗଡ ଏସଏସଡି ସ୍କୁଲର ଖେଳ ଶିକ୍ଷକ ଜୟଲାଲ ଭୋଇ ମ୍ୟାନେଜର ଓ ଲାଞ୍ଜିଗଡ ନୋଡାଲ ସ୍କୁଲର ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା କୋଚ୍ ଭାବେ ଖେଳାଳି ମାନଙ୍କ ସହ ଗସ୍ତ କରିଛନ୍ତି।ଏହି ଖେଳାଳିଙ୍କୁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ,ବେଦାନ୍ତ ସିଏସଆର ଓ ବାହ୍ୟ ବ୍ୟାପାର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ,ଆଇପି ସଞ୍ଜୟ ମିଶ୍ର, ପୂର୍ବତନ ଆଇପି ମହେନ୍ଦ୍ର ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ,ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି ଓ ଯୁକ୍ତ-୨ ଅଧ୍ୟକ୍ଷ ନିହାର ରଞ୍ଜନ ବିଶ୍ୱାଳ,ବେଦାନ୍ତ ସିଏସଆର ଅଭିନଭ ପ୍ରତାପ,ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡ ତଥା ତିନି ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀ ମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.